STORYMIRROR

Bandita Mohanty

Inspirational

3  

Bandita Mohanty

Inspirational

ତୁମେ ମୋର ଅତି ନିଜର

ତୁମେ ମୋର ଅତି ନିଜର

1 min
179

ଯେବେ ମୁଁ ଭାଙ୍ଗି ପଡେ

ତୁମେ ମୋର ଅତି ନିଜର ହେଇଯାଅ

ମୋ ଦୁଃଖରେ ଦୁଃଖୀ ହେଇ

ଝରାଇ ଦିଅ ଲେଖନୀରୁ କାଳି 

ଲେଖିଦିଅ ଅଦେଖା କାଗଜରେ

ଅନ୍ତର ଭିତରର ବେଦନା ଯନ୍ତ୍ରଣାକୁ

ସଜେଇ ଦିଅ ତାକୁ ଶବ୍ଦ ଶୃଙ୍ଗାରରେ

ଯେବେ ମୋ ମା' କାନ୍ଦେ

ତା' ପୁତ୍ରକୁ ଲହୁ ଲୁହାଣ ଅବସ୍ଥାରେ ଦେଖି

ଭଉଣୀ ଯେବେ କାନ୍ଦେ

ତା' ଶଙ୍ଖା ସିନ୍ଦୂରକୁ ବଳି ଦେଇ

ସୀମାନ୍ତରେ ଯୁଦ୍ଧ କରୁଥିବାର ଦୃଶ୍ୟ ଦେଖି

ସେବେ ତୁମେ ଥରି ଉଠ

ଲେଖନୀରୁ ଝରି ପଡେ ବିଦ୍ରୋହର ଗାଥା

ଉଚିତ୍ ଜବାବ୍ ଦିଅ ଶତ୍ରୁ ପକ୍ଷକୁ

ଜାଗ୍ରତ କରାଅ ଲେଖନୀ ରେ 

ମୋ ବୀର ଭାଇମାନଙ୍କୁ......

ସମାଜ ଯେବେ କାନ୍ଦି ଉଠେ

ଅନ୍ୟାୟ ଅତ୍ୟାଚାର ବଢି ଗଲେ

ପ୍ରତିବାଦ କରିବାକୁ ତୁମେ ଆଗ ଉଠି ପଡ଼

ଲେଖନୀ ଚାଳନା କରି ଅବିରତ ଝରୁଥାଅ

ଛଳନାର ଆଶ୍ରା କେବେ ନିଅନା ତମେ

ଥକି ପଡ ନାହିଁ କେବେ ହେଲେ 

ଲେଖିଦିଅ ଭଳିକି ଭଳି ବହୁତ କଥା

ଅତି ଆପଣାର ମିତ୍ର ଯେ ତୁମେ

ତୁମରି ମୁନରେ ଫୁଟେଇଛି କେତେ ଯେ ଲେଖା

ଚିର ସ୍ମରଣୀୟ ବନ୍ଧୁ ତୁମେ ମୋର

ଅନନ୍ତ କଳ୍ପନାର ମୂକ ସାକ୍ଷୀ ହେଇ

ରହିଥାଅ ସଦା ସଭିଙ୍କ ଗହଣେ.....



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational