STORYMIRROR

Goutam Mohanty

Romance

2  

Goutam Mohanty

Romance

ତୁମେ ମୋ ପ୍ରେମ

ତୁମେ ମୋ ପ୍ରେମ

1 min
95


ଛନ୍ଦି ଦେଲ ତୁମେ  ପ୍ରେମର ଛନ୍ଦରେ

    ହୋଇଗଲି ମୁହିଁ ବନ୍ଦୀ,

ଝରଣା ଗାଉଛି    କୁଳୁକୁଳୁ ନାଦେ

    ଖୁସିରେ ନାଚୁଛି ନଦୀ।।

ବିହଙ୍ଗ ଉଡୁଛି    ଡେଣା ଝାଡି ଝାଡି

     ପାଇକି ଠିକଣା ତାର,

ପ୍ରେମର ରାସ୍ତାରେ ପାଦଦେଇ ମୁଁ ଯେ

     ଭୁଲିଗଲି ପଥ ମୋର।।

ତୁମକୁ ପାଇ ମୁଁ    ସ୍ବାର୍ଗ ପାଇଗଲି

    ତୁମେ ମୋର ପାରିଜାତ,

ତୁମ ହାତ ସ୍ପର୍ଶେ   ଜୀବନ ପାଇଲି

   ଅପୂର୍ବ ପ୍ରେମ (ସେ) ଅଦ୍ଭୁତ।।

ତୁମେ ମୋର ସ୍ୱର ତୁମେ ମୋ ସଙ୍ଗୀତ

  ତୁମେ (ମୋ) ବୀଣାର ଝଙ୍କାର,

ତୁମେ ମୋର ଜ୍ୟୋତି ତୁମେ ମୋର ସ୍ମୃତି

   ତୁମେ (ମୋ) ପ୍ରେମ ହୃଦୟର।।


Rate this content
Log in

Similar oriya poem from Romance