STORYMIRROR

Prasanta kumar Hota

Romance

2  

Prasanta kumar Hota

Romance

ତୁମେ ମୋ ପାଇଁ ହୀରା

ତୁମେ ମୋ ପାଇଁ ହୀରା

1 min
13.9K


କେତେ ଭାଗ୍ୟ କରି ପାଇଛି ତୁମକୁ

ତୁମେତ ମୋପାଇଁ ହୀରା

ହୀରକ ନହୋଇ ହୀରାକୁ ଧରିଛି

ଆସିବକି ସୁଖ ଧାରା


ତୁମେ ଥିଲ ବୋଲି ଆସିଲି ପାଖକୁ

ଆଦରେ ହୋଇଲ ଠିଆ

ଧରା ଦେଲ ବୋଲି ଆଦାନେ ଭାଗ୍ୟକୁ

ତୁମେ ହିରଣ୍ମୟ ହିଆ


ଜୀବନେ ଯୌବନେ ପ୍ରଥମ ସପନ

ତୁମେତ ଦେଇଛ ଆସି

ତୁମକୁ ପାଇ ମୁଁ ଭୁଲିକି ପାରିବି

ସରଗର ତୁମେ ଶଶୀ


ପାଣିଗ୍ରହଣରୁ ବୁଝି ଅଛି ମୁହିଁ

ସ୍ୱଭାବେ ତୁମେ ସୁନ୍ଦର

କହିବା ମୋହର ବାହୁଲ୍ୟ ମାତର

ତୁମେ ଯେଣୁ ମୋର ଦାର


ପାଟ ସୁତା ଶାଢୀ ଶରଧା ବୋଲିତ

ପିନ୍ଧି ଦେଲେ ଦିଶ ତୋରା

ବାମନୟନ ମୋ ଫୁରିଯାଏ ସେଥି

ଚାହିଁବେ ଚାତକେ ପରା


ସୁବର୍ଣ୍ଣ ଶୃଙ୍ଗାରେ ସରି ହେବ କିଏ

ସୁରମା ସରମି ଯାଏ

ମଥାମଣି ସାଥେ ଗଣ୍ଠିମାଳ ବେକେ

ତୁମ ତନୁ ଶୋଭାପାଏ


ସୁନ୍ଦର ଯେତିକି ଅନ୍ଧାର ସେତିକି

ପ୍ରକୃତି ଗହନ ବନ

ତଥାପି ହୃଦୟେ ରଖିଥିବି ସଦା

ପ୍ରେମ ଯେ ଅମୃତ ସମ


ତୁମେ ମୋର ପ୍ରିୟା ଜୀବନ ସଙ୍ଗିନୀ

ଜୀବନ ପଥରେ ରାହୀ

ତୁମବିନା ମୋର ଜୀବନ ଅସ୍ଥିର

ପାଶେ ଥିବ ପ୍ରିୟା ହୋଇ


ପ୍ରଶାନ୍ତ କୁମାର ହୋତା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance