STORYMIRROR

Sunita Sahoo

Classics

2  

Sunita Sahoo

Classics

ତୁମେ ମୋ କାରଣ

ତୁମେ ମୋ କାରଣ

1 min
114

ଅକାରଣେ କିଛି ମାଗି ଦେବି ଯଦି

ମାନ କି କରିବ ତୁମେ

ତୁମ ଶ୍ରୀଚରଣେ ଅଳି କରେ ଯଦି

ଥାନ ଟିକେ ଦେବ ତୁମେ


ଅକାରଣେ କିଛି ପଚାରିବି ଯଦି

ଉତ୍ତର କି ଦେବ ତୁମେ

ତୁମ ଚକା ଆଖି ବଶ କରେ ଯଦି

ଚାହିଁବକି ଥରେ ତୁମେ


ଅକାରଣେ କେବେ ଭୁଲି ଯିବି ଯଦି

ଦୁନିଆର ରୀତିନୀତି

ପର କରିବନି ତୁମେ ଚଉବାହା

ପଡିବ ଯେବେ ବିପତ୍ତି


ମୁଁ ଯେ ଅକାରଣ ତୁମେ ମୋ କାରଣ

ଭାବ ପିରତୀରେ ବନ୍ଧା

ମୋ ଜୀବନ ନାଆ ଆତଯାତ ହୁଏ

ତୁମରି ପୟରେ ଛନ୍ଦା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics