STORYMIRROR

ବି. ନିରୁପମା

Action Inspirational Others

3  

ବି. ନିରୁପମା

Action Inspirational Others

ତୁମେ ମୋ ଅମୂଲ୍ୟ ମଣି

ତୁମେ ମୋ ଅମୂଲ୍ୟ ମଣି

1 min
155

ତୁମ ପଦେ ମୋର ଏ ମନ ପରାଣ

ଅରପି ଦେଇଛି ସବୁ,

ହେ ଆନନ୍ଦମୟ ହୋଇଣ ସଦୟ

ଉଦ୍ଧାର କରିବ ଭବୁ ।


ଧନ, ଜନ, ମାନ କି ହୋଇବ ନାଥ

ତୁମେ ମୋ ଅମୂଲ୍ୟ ମଣି,

କୋଟି ବ୍ରହ୍ମାଣ୍ଡର ସୃଜକ, ପାଳକ,

ସଂହାରକ ଗଲି ଜାଣି ।


ମୁଁ ତୁମର ଆଉ ତୁମେ ଅଟ ମୋର

ଲୋଡ଼ା କୁହ କେଉଁ ଚିଜ,

ତୁମେ ପଠାଇଛ କର୍ମ କରିବାକୁ

ଏ କଥାଟି ଅଛି ହେଜ ।


ଫଳରେ କାହିଁକି ଆଶା ମୁଁ ରଖିବି

ଯା' ଦେବ ତାହା ମୋ ପ୍ରାପ୍ୟ,

ଦିଅ ଭାବ, ଭକ୍ତି, ଧଇର୍ଯ୍ୟ ହେ ପ୍ରଭୋ

ଅବିଗୁଣ କରି ଲୋପ ।


ତୁମ ପଦେ ଲୟ ରହୁ ସଦା ମୋର

ମୁଖ ନାମ ଗୋଟି ଗାଉ,

ଜନ୍ମ ଜନ୍ମାନ୍ତର ଦୋଷ କ୍ଷମା କର

ଆତ୍ମା ଗୋଟି ମୋକ୍ଷ ପାଉ ।


Rate this content
Log in

Similar oriya poem from Action