STORYMIRROR

Sunanda Mohanty

Romance Action Thriller

3  

Sunanda Mohanty

Romance Action Thriller

ତୁମେ ମନେ ପଦୁଛ ବନ୍ଧୁ

ତୁମେ ମନେ ପଦୁଛ ବନ୍ଧୁ

1 min
155

 

ତୁମେ ମନେ ପଡ଼ୁଛ ବନ୍ଧୁ

ବସିଥିଲେ ଯେବେ ସାଗର

ବେଳାରେ ବାଲୁକା ସିନ୍ଧୁ

କହିଥିଲ କାନେ ଭାବୁନୁ

ନିଜକୁ ସୁନ୍ଦରୀ ଶ୍ରେଷ୍ଠ

ଦେଖୁଛୁ ମିଛେ ଏ ଜଳର ବିନ୍ଦୁ

ନିଳୀମାରେ ଛବି ଦେଖୁନ ଇନ୍ଦୁ

କହିନି ଏଯାଏଁ ମତେ କେ ସୁନ୍ଦରୀ

କାହିଁକି ନିନ୍ଦୁରେ ବନ୍ଧୁ

ଆଇନା କହିନି କଇଁ ବି ମାନେନି

କେମିତି ମାନିବି ତୋ କଥା ବନ୍ଧୁ

ସେପାଇଁ ଏଯାଏଁ ପ୍ରେମ କରିନାହୁଁ

କହି ଚାଲିଗଲୁ ମୋ ପାଶୁ ବନ୍ଧୁ

ପାଇଲି ମୁଁ ସାଥୀ ହେଲା ବି ପିରତି

ଭିଜିଲି ଜହ୍ନରେ ଭଲ ପାଇଲି ମନରେ

ହେଲେ ଆଜି ତତେ ଖୋଜେ ମୁଁ ବନ୍ଧୁ

ଏବେ ଏବେ ଯେବେ ବୁଝିଲି ତୋ ପ୍ରେମ

ଦିନ ମୋ ଯାଉଛି କାନ୍ଦୁ କାନ୍ଦୁ

କହୁଥିଲ କେଡେ ବିରାଟ ସତଟେ

ଭାବୁଥିବୁ ଆଉ ଫେରିବନି ଏ ସମୟ

କାହିଁକି ବୁଝୁନୁ ମୋ ପ୍ରେମ ସିନ୍ଧୁ

ଭାବିଥିଲି ତୁମେ ତୁଚ୍ଛା ମିଛୁଆଟେ

ଯାହାକୁ ଖୋଜେ ମୁଁ ସାତ ସାଗର ସିନ୍ଧୁ

ମିଳନ୍ତୁ ବନ୍ଧୁରେ ଜୀବନରେ ଥରେ

ପଚାରନ୍ତି ଥରେ ରହ ରହ ମୋର

ଦରଦୀ ବନ୍ଧୁ ସଂସାର ବାନ୍ଧୁ ବାନ୍ଧୁ

ଥକି ପଡୁଛି ମୁଁ କାହିଁକି ଗଜରା ବାନ୍ଧୁ ବାନ୍ଧୁ

ତୁମେ ମନେପଡ ସତରେ ବନ୍ଧୁ

ଗୋପା ତ ନଥିଲି ମୀରା ବି ନଥିଲି

କେମିତି ଡେଇଁଥାନ୍ତି ପ୍ରେମର ସେ ତିନି ବିନ୍ଦୁ

ତ୍ରିକୋଣ ଭୂମିରେ ମୁଁ ଏମିତି କ୍ଷୁଦ୍ର ବିନ୍ଦୁ

ସେଥିପାଇଁ ବେଳ ଅବେଳରେ ମନେ ପଡୁଛ

ମୋ ସଖା ମୋ ମଇତ୍ର ମୋ ଶ୍ରେଷ୍ଠ ବନ୍ଧୁ

ତୁମେ ତ ରାଧାର ତୁମେ ବି ମିରାର

ଝାସ ଦେଇନି ମୁଁ ଜଳି ମରିବାକୁ 

ଛନ୍ଦା ଚରଣେ ବଂଶୀ ହାତରେ ବାଙ୍କ

ଚାହାଣୀ ଜାଲ ରେ ବନ୍ଧୁ

ମାନେପଡ ଖାଲି ପ୍ରେମ୍ ଓ ପ୍ରୀତିର ସିନ୍ଧୂର ବନ୍ଧୁ

ଜିଇଛି ଝୁରୁଛି ପୂଜୁଛି ମନେ ପଡୁଛ ବନ୍ଧୁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance