ତୁମେ କୁହ କବିତା
ତୁମେ କୁହ କବିତା


ଭାରି ବଦମାସ ସେ ଆଖିପତା,
କହିଦେଲା ମତେ ଗୁପତ କଥା ।
ଓଠର ଦୁଷ୍ଟାମୀ ହୋଇଲା ବେଶି ,
ଲାଜୁଆ ମୁହଁରୁ ଜଣାଇ ଖୁସି ।
ନିଜ ଆଖି,ଓଠ କରିଲ ପର ,
ମତେ ଦେଇ ତମେ ହୋଇଲ ମୋର ।
ତମ ଆଖି ଖାଲି ଦେଖିଲା ମତେ,
ଓଠ ବି କହିଲା ମୋ ପାଇଁ କେତେ ।
କରିଲି ନିଜର ନିଜକୁ ଭୁଲି,
ସେଇ ଆଖି ଓଠ ନାଚୁଛି ଖାଲି।
ସମୟ ସୁନାମୀ ଦେଲା ଦୂରେଇ,
ଭଗ୍ନସ୍ତୂପ ଅଛି ସ୍ମୃତି ଟେ ହୋଇ।
ଆସିଲନି ବୋଲି ନିଦ ମୋ ନାହିଁ,
ଆସିଥିଲେ ନିଦ ଆସନ୍ତା କାହିଁ ।।
ଦର୍ଶନ ଅଥବା କଷଣ କଥା,
ଲେଖିଦିଏ ବୋଲି କୁହ କବିତା ।।