STORYMIRROR

Goutam Mohanty

Romance

2  

Goutam Mohanty

Romance

ତୁମେ କୁହ କବିତା

ତୁମେ କୁହ କବିତା

1 min
195


ଭାରି ବଦମାସ ସେ ଆଖିପତା,

କହିଦେଲା ମତେ ଗୁପତ କଥା ।

ଓଠର ଦୁଷ୍ଟାମୀ ହୋଇଲା ବେଶି ,

ଲାଜୁଆ ମୁହଁରୁ ଜଣାଇ ଖୁସି ।

ନିଜ ଆଖି,ଓଠ କରିଲ ପର ,

ମତେ ଦେଇ ତମେ ହୋଇଲ ମୋର ।

ତମ ଆଖି ଖାଲି ଦେଖିଲା ମତେ,

ଓଠ ବି କହିଲା ମୋ ପାଇଁ କେତେ ।

କରିଲି ନିଜର ନିଜକୁ ଭୁଲି,

ସେଇ ଆଖି ଓଠ ନାଚୁଛି ଖାଲି।

ସମୟ ସୁନାମୀ ଦେଲା ଦୂରେଇ,

ଭଗ୍ନସ୍ତୂପ ଅଛି ସ୍ମୃତି ଟେ ହୋଇ।

ଆସିଲନି ବୋଲି ନିଦ ମୋ ନାହିଁ,

ଆସିଥିଲେ ନିଦ ଆସନ୍ତା କାହିଁ ।।

ଦର୍ଶନ ଅଥବା କଷଣ କଥା,

ଲେଖିଦିଏ ବୋଲି କୁହ କବିତା ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance