STORYMIRROR

subrat kumar jena

Classics Inspirational

4  

subrat kumar jena

Classics Inspirational

ତୁମେ କଣ ହେବାକୁ ଚାହଁ

ତୁମେ କଣ ହେବାକୁ ଚାହଁ

2 mins
368

ହେ ଅନ୍ଧ ଧୃତରାଷ୍ଟ୍ର ଥରେ ଦେଖିନିଅ ମନଭରି,

ତୁମରି ଅନ୍ଧ ଲାଳନ ପାଳନର ଏକି ଦୁର୍ଦଶା,

ନିଜର ସତ୍ତା ନିଜର ପ୍ରଭୁତ୍ୱକୁ ଜାହିର କରିବାକୁ ଜାଇ,

ଏକି କ୍ରୁରତା ଆଉ ଅନ୍ୟାୟ।

ଯୋଉ ନିଆଁରେ ଜଳି ଜଳି ପାଉଁଶ ହେଉଛି ସତ୍ୟ,

ପ୍ରତି ମୁହୂର୍ତ୍ତରେ ଚିତ୍କାର ଏକ,

ହେଲେ କାରଣ ଅନେକ ,କର୍ତା ବି ଏକ,

ଏକି ତୁମ ମହାନ ବଂଶର ମହାନ ପରିଚୟ,

ନା ପୃଥିବୀ ପୃଷ୍ଠରେ ଆସୁରତ୍ୱକୁ ବଜାଇ ରଖିବାକୁ,

ତୁମର ଏ ଅବଦାନ।

ସତ କୁହ ଗାନ୍ଧାରୀ କଣ ଏଥିଲାଗି ବାନ୍ଧିଥିଲେ ପଟି ନିଜ ଆଖିରେ,

ନାଁ ସ୍ୱାମୀ ଙ୍କୁ ଅନ୍ଧ ହେବାର ଅବଶୋଷ ନ ହେବା ଲାଗି ?

ହେଲେ ସେ କି ପ୍ରେମ,ସେ କି ସ୍ନେହ,

ଏ କଣ ତୁମ ଶିକ୍ଷାର ପ୍ରତିଫଳନ ନିଜେ ବଞ୍ଚବାକୁ ଅନ୍ୟକୁ ମାରିବା,

ସବୁ ଅନ୍ୟାୟ ର ସୀମାକୁ ତ ବୋଧେ ତୁମେ ଦେଖାଇନ ସନ୍ତାନ ମାନଙ୍କୁ।

ପିତାମହ ଭୀଷ୍ମ,ପବିତ୍ର ଗଙ୍ଗାର ସନ୍ତାନ...

ଏ କଣ ହେଲା ଜୀବନର ଶେଷ ସଂଜରେ ମାର କୋଳରେ ଟିକେ ଜାଗା ମିଳିଲାନି,

ନିଶ୍ଚିତ ତୁମେ ବୁଝିଥିବ ତୁମ ପାପର ପରିମାଣ,

ହେଲେ ତୁମେ କଣ ଏତେ ଲାଚାର ଥିଲ,

ସଦା ଧର୍ମର ମୁକୁଟ ବହନ କରୁଥିବା ପୁରୁଷଟି ହାରିଗଲା ଅସତ୍ୟ ପାଖରେ,

ଯଦିଓ ଜଣା ଥିଲା କେବେ ବି ଅସତ୍ୟର ବିଜୟ ସମ୍ଭବ ନୁହଁ,

ସାମାନ୍ୟ ଟିକେ ବିଷ ପୁରା ବିଷାକ୍ତ କରିଦେଲା ପୁଣ୍ୟକୁ,

ନାଁ ମିଳିଲା ଏ ମାଆର କୋଳ ନାଁ ସେ ମାଆର କୋଳ,

କି ଦାରୁଣ ଦୃଶ୍ୟ ହୋଇଥିବ ଶେଷ ମୁହୂର୍ତ୍ତ ତୁମରି ଶରଶଯ୍ୟା,

ତଥାପି କଣ ବୁଝିଲେ କୌରବ ସେଦିନ ,

ନାଁ ଆଜି ବୁଝୁଛନ୍ତି ପାପୀ ମାନେ ଶେଷ ଦିନକୁ।

ଅତି ଗର୍ବୀ ଦୃଯ୍ୟୋଧନ .....

ତୁ କଣ ଭାବିଥିଲୁ ଏତେ ସହଜରେ କରାୟତ କରିବୁ ସମଗ୍ର ହସ୍ତିନା,

ନାଁ କଦାପି ନୁହଁ ପାଣ୍ଡୁ ପୁତ୍ର ନଥିଲେ ଦୁର୍ବଳ,

ଥରେ ଭାବିଲୁନି ସେଇ କେଶବଙ୍କ କଥା,

ଯୋଉଠି ସମଗ୍ର ଧରା, ଗ୍ରହ ,ନକ୍ଷତ୍ର ଆତ ଜାତ,

ତୁ ଅଣ୍ଟାଭିଡିଥିଲୁ ତାଙ୍କୁ ପରାଜିତ କରିବାକୁ,

ଏତ ଥିଲା ପାଗଳର ଶେଷ ପ୍ରଳାପ ପରି,

ସତେ ଯେମିତି ଦୀପ ଲିଭିବା ଆଗରୁ ଜୋରରେ ଜଳି ଉଠେ,

ଯାହାର ପରିଣାମ ପାଇଗଲୁ ଯୁଦ୍ଧର ଶେଷେ,

ହେଲେ ଛାଡି ଯାଇଛୁ ଆଜି ବି କିଛି ବଂଶଜ ଙ୍କୁ,

ଭାଇ ନାମରେ ଭଗାରୀ ହୋଇ ନୂଆ ପରିଚୟ ତିଆରିବାକୁ,

କି ଖୁସି ତୁ ପାଉଥିଲୁ ଆଉ ଆଜି ସେମାନେ ବି ପାଉଛନ୍ତି,

ସେମାନେ ବାରମ୍ବାର ଭୁଲି ଯାଉଛନ୍ତି ତୋର ଶେଷ ମୁହୂର୍ତକୁ,

ଦୁଃଶାସନର ଶେଷ ଶରଣକୁ ଶେଷ ମରଣକୁ,

ଆଉ ସେମାନଙ୍କୁ ସାହାଯ୍ୟ କରିବାକୁ ଅନେକ ପ୍ରସ୍ତୁତ,

ଅନ୍ଧ ଧୃତରାଷ୍ଟ୍ର ହୋଇ ସମାଜରେ ଲଜ୍ଜିତ ହେବାକୁ,

ଧନ ପିପାଶୁ ହୋଇ ସବୁକୁ କରାୟତ କରିବାର ,

ବୃଥା ପ୍ରୟାଶାର ବଶବର୍ତ୍ତୀ ଦୃଯ୍ୟୋଧନ ହେବାକୁ।।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics