ତୁମେ କଳ୍ପନା, ନା ସତ
ତୁମେ କଳ୍ପନା, ନା ସତ
ତୁମେ କଳ୍ପନା, ନା ସତ…… ତୁମେ କଳ୍ପନା, ନା ସତ……..
ମୋ ନିରବ ହୃଦୟରେ ତୁମେ,
ଏକ ଅଲିଖିତ ଅଧ୍ୟାୟର ଅର୍ଥ। ତୁମେ ଭାବନାରେ, ସପନରେ,
ଜୀବନରେ ….ଏମିତି ଆସିଯାଅ,
ମୋ ହସରେ ତୁମେ ଆଲୋକ,
ମୋ ନିଶ୍ୱାସରେ ସୁଗନ୍ଧ ହେଇଯାଅ। ତୁମ ଆଖିରେ ଲୁଚିଥିବା କଥା,
ମୋ ପାଇଁ ନିରବ ସଙ୍କେତ,
ମୋ ନାମଟି ତୁମ ହୃଦୟରେ
ଲେଖା ଏକ ଅନୁଭବର ଗୀତ। ଜୀବନର ପ୍ରତିଟି ପଥରେ
ତୁମ ଛାୟି ସହ ଚାଲେ ।
ତୁମେ ଥିଲେ ସବୁ ସୁନ୍ଦର,
ତୁମେ ନଥିଲେ ସବୁ ଖାଲି ଲାଗେ। ଏବେ ପଚାରିବି ନାହିଁ…
ତୁମେ କଳ୍ପନା ନା ସତ…
କାରଣ ତୁମେ ମୋର ଅନୁଭବ,
ଆଉ ଏହି ଅନୁଭବ ହିଁ ମୋ ସତ । ତୁମେ ଭାବନାରେ, ସପନରେ, ଜୀବନରେ …. ଏମିତି ଲିପ୍ତ ହୋଇଯାଅ…..…
ଯେ…ମୋ ସତ ଓ କଳ୍ପନା…... ଦୁହେଁ ତୁମେ ହେଇଯାଅ…।❤️❤️ ରଜତ କୁମାର ସାହୁ

