ସ୍ବପ୍ନ
ସ୍ବପ୍ନ
ମୁଁ ଆଉ ମୁଁ ହେଇ କି ନାହିଁ, ତୁମକୁ ଦେଖିଲା ପରେ । ଜୀବନରେ ଆଉ କିଛି ସ୍ବପ୍ନ ,ବାକି ଅଛି ବୋଧେ ରାତି ପାହିଗଲା ପରେ।। ଆଉ ଥରେ ଦେଖିବାକୁ ଦିଅ ତୁମ ଅସ୍ଥିର ଆଖିରେ, ସୀମାହୀନ ଅଗଭୀର ହୃଦୟରେ । ଚାହୁଁଛି, ଚାହୁଁ ଥିବି, ରହିଛି, ରହିଥିବି ତୁମ ଅପେକ୍ଷାରେ । କଥା ଦିଅ ମତେ ନୀତି ଆସୁ ଥିବ ମୋ ସପନରେ , ଆଖି ଲାଗିଗଲା ପରେ। ମୁଁ ଖୋଜୁଥିବି, ତୁମେ ଲୁଚୁ ଥିବ ଜନ୍ହ ଆଲୁଅରେ । ଜୀବନରେ ଆଉ କିଛି ସ୍ବପ୍ନ ବାକି ଅଛି ବୋଧେ ରାତି ପାହିଗଲା ପରେ ।।

