STORYMIRROR

Rajat kumar Sahu

Inspirational

4  

Rajat kumar Sahu

Inspirational

ଜାତୀୟ ପତାକା

ଜାତୀୟ ପତାକା

1 min
13

ଜାତୀୟ ପତାକା ଜାତୀୟ ପତାକା ତଳେ,
ଆମେ ସଭେ ନତମସ୍ଥକ,
ତିନିରଙ୍ଗରେ ଲୁଚିଛି,
ଜୀବନ, ବିଜୟ, ସତ୍ୟର ଆଲୋକ।

କେଶରୀ କହେ ସାହସ କାହାଣୀ,
ଧଳା ଶାନ୍ତିର ପବିତ୍ର ପ୍ରେରଣା,
ହରିତ ରଙ୍ଗେ ଧରିତ୍ରୀର ପ୍ରେମ,
ଜୀବନର ଅସୀମ ପ୍ରାଣଧାରା।

ପବନେ ଫୁଲୁଛି ସ୍ୱାଧୀନତା,
ଗର୍ବରେ ଗୁଞ୍ଜୁଛି ଆମର ସ୍ୱର,
ଜାତୀୟ ପତାକା ତଳେ,
ଆମେ ହେଉ ଏକତାର ଅମର ପ୍ରlଚୀର।                        ( ରଜତ କୁମାର ସାହୁ )               


Rate this content
Log in

Similar oriya poem from Inspirational