STORYMIRROR

Rajat kumar Sahu

Romance

4.5  

Rajat kumar Sahu

Romance

ଜୀବନ ସାଥୀ

ଜୀବନ ସାଥୀ

1 min
4

   *** ……….ଜୀବନ ସାଥୀ …………***.                                                                                          ନିଦ ଅଧା ରେ ତୁ ଆ…… ନିଦ ପୁରା କରି ଯା,
ନୀତି ସପନେ ତୁ ଆ….. ସପନକୁ ସତ କରି ଯା ।
ଜୀବନର ଚଲାପଥେ…… ହାତ ଧରି ଚାଲି ଆ,
ମୋ ମନର ଅନ୍ଧାର ଭିତରେ…. ଆଲୁଅ ହୋଇ ଯା,
ଏ ହୃଦୟର ମରୁଭୂମିରେ... ଫୁଲଟିଏ ହୋଇ ଫୁଟି ଯା,
ଅଧୂରା ଏହି କାହାଣୀକୁ…...ସମ୍ପୂର୍ଣ୍ଣ କରି ଯା,
ମୋ ଆଖିର ଗଭୀରତାରେ….. ତୁ ଛବି ଟିଏ ହୋଇ ରହି ଯା,
 ଜୀବନରେ ପ୍ରଥମ ଆଉ ଶେଷ ... ସ୍ମୃତି ତୁ ହୋଇ ଯା।
ପ୍ରେମର ଏହି ନିରବ ବେଦନାକୁ…. ତୁ ଥରେ ବୁଝି ଯା,
ଟିକେ ହସି ଦେଇ ତୁ….. ମୋ ଦୁନିଆରେ ଖୁସି ଭରି ଯା।  
ଆସ୍ ତୁ ଏମିତି ମୋ ପାଖକୁ…. ନିୟତି ହୋଇ ଯା,
ଜୀବନର ପ୍ରତିଟି ମୁହୂର୍ତ୍ତରେ…. ସଦା ମୋ ପାଖେ ରହି ଯା,
ଜୀବନେ ଆସି ମୋର….. ଜୀବନ ସାଥୀ ହୋଇ ଯା,
ମୋ ଭାଗ୍ୟର ଲେଖାରେ…. ସଦା ତୋ ନାମ ଲେଖି ଯା।
ସବୁ ଜନମେ ତୁ ଆ….. ସବୁ ଦିନେ ମୋର ହୋଇ ଯା ।। ………….( ରଜତ କୁମାର ସାହୁ )...........


Rate this content
Log in

Similar oriya poem from Romance