STORYMIRROR

Kalandi pal

Abstract Inspirational Others

4  

Kalandi pal

Abstract Inspirational Others

ତୁମେ କଳି ଯୁଗ ଭଗବାନ

ତୁମେ କଳି ଯୁଗ ଭଗବାନ

1 min
308


କଳି ଭୟ ପାଇ    ସ୍ବର୍ଗ ପୁରେ ଯାଇ

     ରହିଲେ ଦେବତା ଗଣ

କଳିଯୁଗ ଅସ୍ତ୍ର       କରି କରାୟତ

      ଜନମିଲ ନେତାଗଣ

    ତୁମେ, କଳିଯୁଗ ଭଗବାନ

ସବୁ ତୁମ ଦାନ      ଜନମ ମରଣ

      ସୁଖ ଦୁଃଖ ସନମାନ

   ତୁମେ, କଳିଯୁଗ ଭଗବାନ ।।


ପାଇଲ ଆସନ     କରିଲ ଶାସନ

     ଦେଶକୁ କଲ ଲୁଣ୍ଠନ

ପଙ୍ଗୁପାଳ ପରି     ସବୁ ଗଲ ଚରି

   ଯୋଜନେ ଯୋଜନା ମାନ

  ପୁଣି, ଦେଶର ଖଣି ଖାଦାନ

ଇନ୍ଦିରା ଆବାସ   ପାଇଖାନା ବାସ

     ସବୁ ଖାଇ କଲ ଜୀର୍ଣ୍ଣ

   ତୁମେ, କଳିଯୁଗ ଭଗବାନ ।।


ନ ପାଇ ଚାକିରି  ପଢ଼ିଲେ ବେକାରୀ

     ରାଜନୀତି ଅଭିଧାନ

କମ୍ପାନୀ ଭାଙ୍ଗିଲ  କମ୍ପାନୀ ନ କଲ

     କଲ ନାହିଁ ଥଇଥାନ

  ତୁମ, ଚେଲା ପଣେ କଟେ ଦିନ

ଇସ୍ କହିଦେଲେ ଗୋଡେଇ ଧରିଲେ

    ସତେ ଅବା ଆଲ୍ସିସାନ

   ତୁମେ, କଳିଯୁଗ ଭଗବାନ ।।


ବରଷ ପାଞ୍ଚଟା    ହୋଇଗଲ ନେତା

     ସାତ ପୁରୁଷ ତମାମ

ବସି ଖାଉଥିବେ    ଖୁସି ହେଉଥିବେ

    ସରିବ ନାହିଁ ସେ ଧନ

  ମୁଖେ, କରୁଥିବେ ଗୁଣ ଗାନ

ଜଗନ୍ନାଥ ଦ୍ୱାହି     ସତ କୁହ ଭାଇ

    କେତେ ତଣ୍ଟି ଚିପା ଧନ

  ତୁମେ, କଳିଯୁଗ ଭଗବାନ ।।


ଶଙ୍ଖ ହୁଳହୁଳି    ହରିବୋଲ ଦେଇ

    ପୂଜନ୍ତି ଜନତା ଗଣ

ଦେଖି ହସୁଛନ୍ତି    ବଡ ଦେଉଳରେ

    ଚକ୍ରଧାରି ନାରାୟଣ

 ସବୁ, ଦୁଃଖ କରିବେ ମୋଚନ

କଳ୍କୀ ରୂପ ଧରି     ବିଶ୍ୱେ ଅବତରି

    ସଂହାରିବେ ପାପି ଗଣ

  ତୁମେ, କଳିଯୁଗ ଭଗବାନ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract