STORYMIRROR

Shiba Charan Mahapatra

Romance Tragedy

3  

Shiba Charan Mahapatra

Romance Tragedy

ତୁମେ କି ବୁଝନା

ତୁମେ କି ବୁଝନା

1 min
266


ଆଖି ତୁ କାନ୍ଦନା

ଅନ୍ତରେ କନ୍ଦାନା

ଅଟଳ ହୃଦୟେ ଅତଡା ଖସାନା

ଆଞ୍ଜୁଳେ କାମନା

ଆଙ୍କିଥିଲି ସିନା

ଅଣଚାଶ ବାଆ ସ୍ୱପ୍ନ କଲା ଚୁନା..


ଦିଅନା ତାଡନା

ହୃଦୟୁ ତଡନା

ପ୍ରେମ ଅର୍ଥ କି ବା ହେବ ପ୍ରତାରଣା

ଅଦେଖା ଯାତନା

ଅସହ୍ୟ ଯନ୍ତ୍ରଣା

କେମିତି ରହିବି ସାଥି ତୁମ ବିନା..


ବିରହେ ଜାଳନା

ବିଷାଦେ ଜଳନା

ବିଶ୍ୱାସ ନିଡ ଟି ଅବେଳେ ଭାଙ୍ଗନା

ବିଳାପୀ ମୁଁ ସିନା

ବିସ୍ତାରେ ଭାବନା

ବିଲିପ୍ତ ମୋ ପ୍ରାଣ ତୁମେ କି ଜାଣନା .??


ଚକୋର ନୟନା

ଚାହିଁଥାଏ ଜ୍ୟୋତ୍ସ୍ନା

ଚନ୍ଦ୍ର କି ବୁଝିବ ତା ହୃଦ ବେଦନା

ଚାନ୍ଦକୁ ଅଚିହ୍ନା

ଚଇତା ବାସନା

ଚୌହଦୀ ଉପରେ ହୁଏ ବାଟବଣା..


ଅବୁଝା ହୁଅନା

ଆଗୋ ସୁନୟନା

ଆଶା ଅଙ୍କୁର ମୋ ଆଦ୍ର ରେ ମାରନା

ଅଳପ କାମନା

ଆୟୁଷ ବୁଝେନା

ଆସି ଗଲେ ତୁମେ ହସିବ ଅଗଣା..।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance