STORYMIRROR

ବି. ନିରୁପମା

Abstract

2  

ବି. ନିରୁପମା

Abstract

ତୁମେ କାହା ଭାବେ ମଗ୍ନ

ତୁମେ କାହା ଭାବେ ମଗ୍ନ

1 min
365

ତୁମରି ଭାବରେ ଏ ଜଗତ ବନ୍ଧା

ତୁମେ କାହା ଭାବେ ମଗ୍ନ ,

ଅଟକି ଗଲାଣି ବଇଁଶୀର ସୁର

ଧ୍ୟାନ ଏବେ କର ଭଗ୍ନ


ମୋହନ ବଂଶୀର ତାନ ଶୁଣିବାକୁ

କେତେ ଡେରିଛନ୍ତି କାନ ,

ତରୁଲତା ସହ ଶୁକ,ପିକ,ଶଶା

ମୟୂର ,ମଧୁପ ଗଣ


ଏ ବଂଶୀ ନାଦରେ କି କୁହୁକ ଅଛି

ଶୁଣିବାକୁ ସର୍ବେ ବାଇ ,

କାମଧାମ ଛାଡ଼ି ଗୋପଙ୍ଗନା ଯେତେ

ଆସନ୍ତି ବାଉଳି ହୋଇ


ମୃଗମାନେ ତୃଣ ଚାପିଣ ରହନ୍ତି

ଗୋରୁ ଡେରିଥା'ନ୍ତି କାନ ,

ମନେ ହୁଏ ସର୍ବେ ଶୁଣୁଛନ୍ତି ଯେହ୍ନେ

ସୃଷ୍ଟିର ମଧୁର ତାନ


ସେଇ ସୁରେ ମୋତେ ମଜ୍ଜାଇ ଦିଅ ହେ

ଭଜୁଥିବି କୃଷ୍ଣ କୃଷ୍ଣ ,

ଆଉ କେଉଁଥିରେ ନ ବଳିବ ଚିତ୍ତ

ତୁମ ପଦେ ଥିବ ଧ୍ୟାନ


Rate this content
Log in

Similar oriya poem from Abstract