STORYMIRROR

Sanjaya Ananda Kumar Tripathy

Romance

4  

Sanjaya Ananda Kumar Tripathy

Romance

ତୁମେ ହସିଦେଲେ

ତୁମେ ହସିଦେଲେ

1 min
313

ତୁମେ ହସିଦେଲେ ମୋ ଚେହେରା କାଳେ

ଖୁସିରେ ଝଲସି ଯାଏ,

ସଭିଏଁ କହନ୍ତି ସତ ଅବା ମିଛ

ତୁମେ ଜାଣ ବୋଧହୁଏ ।

ଅଜଣା ପୁଲକ ଅନୁଭବ କରେ

ଦେହେ ଆସେ ଶିହରଣ ,

କେମିତି କହିବି ଜାଣି ତ ପାରୁନି

ହୁଏ ହୃଦେ ଭୂ-କମ୍ପନ ।

ଆଡ଼ ନୟନରେ କହୁଥାଅ କଥା

ଦାନ୍ତରେ ଓଠକୁ ମାଡି,

ସେ କଥା ଦେଖିଲେ ହୃଦୟ ଭିତରେ

ଚାଲୁଥାଏ ରେଳଗାଡି ।

କି ମନ୍ତର ଜାଣ ତୁମେ କହିଦିଅ

ରହୁ ନାହିଁ ଥୟ ମନ,

ତୁମ ଚେହେରା ମୋ ଆଖିରେ ନାଚୁଛି

ରାତିରେ ଦେଖେ ସପନ ।

ଯିଏ ଯାହା କହୁ ମନ କଥା ଖୋଲି

ଦୁଇ ପଦ ଲେଖିଦେଲି,

ସବୁ ବେଳେ ମନ ଖୁସି କରି ରହ

ହସୁଥାଅ ଖିଲି ଖିଲି ।।


Rate this content
Log in

Similar oriya poem from Romance