STORYMIRROR

Chandrakanta Nayak

Romance

3  

Chandrakanta Nayak

Romance

ତୁମେ ହିଁ ତୁମେ

ତୁମେ ହିଁ ତୁମେ

1 min
362


ଆକାଶ ବୁକୁରେ ତୁମକୁ ଦେଖିଛି

ଦେଖିଛି ସାଗର ନୀଳ ଜଳରେ

ଘନ କାନନରେ ତୁମେ ସବୁଜିମା

ପାଇଛି ସାନିଧ୍ୟ ଗିରି ଗୁମ୍ଫାରେ

ଶାନ୍ତରେ ତୁମେ ପ୍ରଶାନ୍ତେ ବି ତୁମେ

ଝଡର ଇଗଲ ତୁମେ ଅଶାନ୍ତ

ପ୍ରେମର ପ୍ରତୀକ ତୁମେ ଶାନ୍ତିଦୂତ

ପ୍ରବାହ ମାନରେ ତୁମେ ବାହିତ

ମଧ୍ୟରେ ତୁମେ ଅମୃତ ବାଣ୍ଟିଛ

ଆତ୍ମା ରଥରେ ତୁମେ ସାରଥୀ

ନନ୍ଦନ ବନରେ ତୁମେ ପାରିଜାତ

ପଦ୍ମ ବନରେ ପ୍ରମତ୍ତ ହସ୍ତୀ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance