STORYMIRROR

Prabhati Mahapatra

Tragedy Inspirational

4  

Prabhati Mahapatra

Tragedy Inspirational

ତୁମେ ହିଁ ଆଶା ମୋର

ତୁମେ ହିଁ ଆଶା ମୋର

1 min
187


ତୁମେ ହିଁ ଆଶା ମୋର

ତୁମେ ଭରସା ମୋର

ତୁମେ ହିଁ ସୁଖ ତୁମେ ହିଁ ଅପାର

ତୁମରି ନାମେ ପ୍ରାଣରେ ଶକ୍ତି

ଏହି ତ ଦାନ ତୁମର ।

ତୁମେ ହିଁ ଆଶା ମୋର .......

ତୁମେ ମୋର ଅନ୍ଧକାର

ପଥେ ଦିଅ ଜ୍ୟୋତି

ତୁମରି ପାଇଁକି ଆଜି 

ଦୁନିଆଁରେ ସ୍ଥିତି

ଯୁଗେ ଯୁଗେ ତୁମେ ମୋର

ସୁଖେ ଦୁଃଖେ ଥିବ

ଭକତ ନହୁଏ ମୁହିଁ

ଭାବ ଲଗାଇବ

ତୁମ ଦୟା ହେଲେ ମର୍ତ୍ତ୍ୟରୁ ଉଦ୍ଧାର

ତୁମେ ହିଁ ମୋ ସୁଖ ଫୁଆର ।

ତୁମେ ହିଁ ଆଶା ମୋର ......

ଏତେ ଦିନ ସବୁ ଆଶା 

ହୋଇଛି ପୁରଣ

ଧନ ଜନ ଶାନ୍ତି ତୃପ୍ତି

କରିଛ ଭରଣ 

ସବୁ ମିଛ ଲାଗେ ମୋତେ

ତୁମେ ଏକା ସାଥୀ

ମୋ ଅନ୍ତିମ ରଥେ ମାତ

ସାଜିବ ସାରଥୀ 

ତୁମେ ଥିଲେ ପାଶେ ଛୁଏଁ ନାହିଁ ଡର

ତୁମେ ପରା ଛାୟା ମୋହର ।

ତୁମେ ହିଁ ଆଶା ମୋର ......

ତୁମେ ପରା ଆଦିମାତ

ତୁମେ ପରା ସତୀ

ତୁମ ପାଦେ ମଥା ପାତି

ଲିଭି ଯାଏ ଭୀତି

ତୁମେ ଏକା ଜଗତର

ମଙ୍ଗଳ କାରିଣୀ

ମୋ ଜୀବନ ପଥେ ତୁମେ

ପୁଷ୍ପ ଦିଅ ବୁଣି 

ତୁମ ଆଶୀର୍ବାଦ ପୋଛି ଦିଏ ଖେଦ

ତୁମେ ହିଁ ଭାଗ୍ୟେ ସମ୍ଭାର ।

ତୁମେ ହିଁ ଆଶା ମୋର 

ତୁମେ ଭରସା ମୋର

ତୁମେ ହିଁ ସୁଖ ତୁମେ ହିଁ ଅପାର ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy