STORYMIRROR

ସୁମନ୍ତ ବେହେରା

Romance

3  

ସୁମନ୍ତ ବେହେରା

Romance

ତୁମେ ଗଲା ପରେ

ତୁମେ ଗଲା ପରେ

1 min
228

ତୁମେ ଗଲା ପରେ ସଖି

   ମୁହିଁ ଏକା ଏକା ।

ତୁମ ବିନା ଦୁନିଆଟା

   ଲାଗେ ଫିକା ଫିକା ।।


ତୁମେ ସିନା ଚାଲିଗଲା

   ଜୀବନରୁ ମୋର ।

କେମିତି ଭୁଲିବି ମୁହିଁ

   ସ୍ମୃତି ଯେ ତୁମର ।।


ହୃଦୟରେ ମୋର ତୁମେ

  କରିଅଛ ଘର ।

ଭାବନାରେ ଆସୁଅଛ 

  ତୁମେ ବାରମ୍ବାର ।।


ଆଖିଆଗେ ନାଚୁ ଅଛି

   ତୁମ ରୂପ ଛବି ।

ପାହିଯାଏ ରାତି ତୁମ

  କଥା ଭାବି ଭାବି ।।


ହେଉନାହିଁ ଭୋକ ଶୋଷ

  ଗଲିଣି ମୁଁ ଭୁଲି ।

ଲୋକେ କହୁଛନ୍ତି ମୋତେ 

  ପାଗଳ ତୁ ବୋଲି ।।


ରହୁନାହିଁ ମନ ସ୍ଥିର

  ହେଉଛି ଅଥୟ ।

ଦୁନିଆ ଦିଶୁଛି ମୋତେ

   ତୁମ ରୂପମୟ ।।


ମନେ ପଡୁଅଛି ପ୍ରିୟା

  ଅଭୁଲା ଅତୀତ ।

କେମିତି ଭୁଲିବି ସେହି

   ଅଲିଭା ମୁହୂର୍ତ୍ତ ।।


Rate this content
Log in

Similar oriya poem from Romance