STORYMIRROR

Sabita Nayak

Romance

3  

Sabita Nayak

Romance

ତୁମେ ଗଲା ପରେ

ତୁମେ ଗଲା ପରେ

1 min
221


ତୁମେ ଗଲା ପରେ ପରେ ଫଗୁଣଟା 

 ଭାରି ଫିକା ଫିକା ଲାଗେ

ତୁମ ବେଣୀରେ 

ମୁଁ ଖୋସି ଦେଉଥିବା କୃଷ୍ଣଚୂଡା 

କେମିତି ପ୍ରଶ୍ନ ପ୍ରଶ୍ନ ଆଖିରେ 

ମୋତେ ଖାଲି ନୀରବରେ ଦେଖେ।


ଦେଖ ସଖୀ ସମୟ କେତେ ନିଷ୍ଠୁର 

ତୁମେ ଅଛ ମୁଁ ଅଛି 

ହେଲେ 

ବଦଳିଯାଇଛି ଆମ ପରିଚୟ 

ତୁମେ କ'ଣ ଡେଇଁ ପାରିବ 

ମୋ ପାଇଁ 

ସବୁ ସମ୍ପର୍କର ଲକ୍ଷ୍ମଣ ଗାର 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance