STORYMIRROR

Sagar Pradhan

Tragedy

2  

Sagar Pradhan

Tragedy

ତୁମେ ଗଲା ପରେ

ତୁମେ ଗଲା ପରେ

1 min
328




ତୁମେ ଗଲା ପରେ ନଈ ତ ଝୁରୁନି

ସାଗର ମିଳନ ପାଇଁ

ତୁମେ ଗଲା ପରେ ନିର୍ଝର ଝରଣା

ନୀରବେ ଯାଉଛି ବହି


ତୁମେ ଗଲା ପରେ ବସନ୍ତେ ବହୁନି

ମଳୟ ମିଳନ ବାଆ

ତୁମେ ଗଲା ପରେ ଶ୍ରାବଣ ଲାଗୁନି

ବରଷା ର ମିଠା ଛୁଆଁ


ତୁମେ ଗଲା ପରେ ବଂଶୀ ତ ଗାଉନି

ମିଳନ ର ମଧୁ ଛନ୍ଦ୍

ତୁମେ ଗଲା ପରେ ଫୁଲରୁ ଝରୁନୀ

ପ୍ରୀତି ମହକ ର ଗନ୍ଧ


ତୁମେ ଗଲା ପରେ ଫଗୁଣ ଆଣୁନି

ହୋଲି ର ରଙ୍ଗ ପସରା

ତୁମେ ଗଲା ପରେ ଏକାକୀ ବଞ୍ଚିଛି

ହୋଇଗଲି ବେ ସାହାରା


Rate this content
Log in

Similar oriya poem from Tragedy