STORYMIRROR

Sagar Pradhan

Others

3  

Sagar Pradhan

Others

ତୁମ ଗାଆଁ

ତୁମ ଗାଆଁ

1 min
480




ଦେହ ସିନା ଆମ ଅଛି ବହୁଦୂରେ

ମନ ଝୁରେ ନିରନ୍ତରେ

ତୁମ କଥା ଯେବେ ମନେ ପଡ଼ିଯାଏ

ନୟନୁ ଲୋତକ ଝରେ।

ଦୂର ପାହାଡ଼ ର ପଥର ଦେହରେ

ସୁରୁଜ ଅଳପ ଦିଶେ।

ତୁମ ଗାଆଁ ବାଟେ ଚାଲିଗଲା ବେଳେ

ଗାଆଁ ତୁମ ପରି ବାସେ ....



ପୋଖରୀ କୂଳରେ ସୁରୂଜ ଦେବତା

ସୁନେଲି କିରଣ ଦିଏ

ନିର୍ମଳ ଜଳ ରେ କୁମୁଦିନୀ ପାଶେ

ଭଅଁର ଯେ ଗୀତ ଗାଏ

ଧାଡି ଧାଡି ହୋଇ ତାଳ ଗଛ କେତେ

ଆକାଶ କୁ ଚାହିଁ ହସେ

ତୁମ ଗାଁଆ---------------।



ପାଚିଲା ଧାନ ର କିଆରୀରେ ପୁଣି

ସୁନାର ଫସଲ ଖେଳେ

ଗାଇ ଜଗୁଆଳି ଘର କୁ ଫେରଇ

ଗାଇ ନେଇ ସଞ୍ଜ ବେଳେ।

ଗୋଧୂଳି ଲଗନେ ଅନ୍ତିମ ତପନେ

ମାଟି ମହ ମହ ବାସେ।

ତୁମ ଗାଁଆ--------------।



ସଂଜ ନଇ ଗଲେ ରାତିର ଅନ୍ଧାରେ

ଆକାଶ କୁ ଯେବେ ଚାହେଁ

ହୀରା ମୋତି ପରି ତାରା ଗହଣରେ

ଚାନ୍ଦ ଖେଳେ ନଭ ଦେହେ

କେମିତି ଭୁଲିବି ପ୍ରିୟତମା ମୋର

ସ୍ମୃତିସବୁ ଝରିଆସେ

ତୁମ ଗାଆଁ------------------- ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍