STORYMIRROR

Sagar Pradhan

Inspirational

2  

Sagar Pradhan

Inspirational

ଭିନ୍ନ ଏକ ବୃକ୍ଷ

ଭିନ୍ନ ଏକ ବୃକ୍ଷ

1 min
13K


ଭିନ୍ନ ଏକ ବୃକ୍ଷ


ସମୟ ନଈର ନିର୍ଜନ ଶଯ୍ୟାରେ

ମୁଁ ଏକ ନିସଂଗ ବୃକ୍ଷ

ସ୍ରୋତର ପ୍ରଭାବେ ରହିଛି ଏକାକୀ

ନିଜକୁ କରି ମୁଁ ଦକ୍ଷ।


ଦିନ ପରେ ରାତି ରାତି ପରେ ଦିନ

ବଦଳେ ସମୟ ଗତି

ସୁଖର କିରଣ ଛୁଁ ଏନା ମୋ ଦେହେ

ଦୁଃଖରେ ମରେ ମୁଁ ନିତି


ଅନ୍ୟ ଖୁସି ଦେଖି ମନ ପୁରିଯାଏ

ଦୁଃଖ ବି କନ୍ଦାଏ ମୋତେ

ଆଖିରୁ ଲୋତକ ଝରିଯିବ କାଳେ

ସେ ଲାଗି ନୀରବ ସତେ।


ପକ୍ଷୀ ନୀଡ଼ ବାନ୍ଧେ ଝଡ ବତାସ ରେ

ମୋ ଦେହ ରହେ ରହିବା ପାଇଁ

ଝଡ ଥମି ଗଲେ ଦୁରେ ଉଡି ଯାଏ

ଦେଖା ତାର ମିଳେ ନାହିଁ।


ପ୍ରୀତି ଫଗୁଣର ପରଶେ ମୋ ଅଙ୍ଗେ

କେତେ ଫୁଲ ଉଙ୍କି ମା ରେ

ପତ୍ର ଝଡା ଦେଲା ଫୁଲ ମରିଗଲା

ମନ ମୋର ଝୁରି ମରେ।


କାହାକୁ କହିବି କିଏ ବା ଶୁଣିବ

ସେ ପାଇଁ ରହେ ନୀରବ

ଡର ଲାଗେ କାଳେ ସବୁ ନିଜ ଲୋକ

କାଟି ଦେବେ ମୋ ଠୁ ଭାବ।


ନିଦାଘ ନିଅା ଜାଳି ଦିଏ ମୋତେ

ଜଳୁଛି ଆପଣା ଘର

କାହାକୁ ନିଜର କହିବାଠୁ ଭଲ

ନିଜେ ହିଁ ହେବି ନିଜର।


ସାଗର ପ୍ରଧାନ ,ଗଂଜାମ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational