Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sagar Pradhan

Others

3  

Sagar Pradhan

Others

ଭିଜା ଶ୍ରାବଣ

ଭିଜା ଶ୍ରାବଣ

1 min
241


ଏଇତ ଶ୍ରାବଣ ଆସିଛି

କବି'ର ଭାବଭରା ପ୍ରୀତିଝରା

ଓଦାଓଦା ନିଦାନିଦା

ଉଲ୍ଲସିତ କୋରକିତ

ମଧୁମିଷ୍ଟ ଅନ୍ତରର...

କୋଟି କଦମ୍ବର

ମହମହ ମହକିତ

ମତୁଆଲା ବାସେ ;


ଆସିଛି ବି -

ମେଞ୍ଚାମେଞ୍ଚା ଅନୁରାଗେ

ପ୍ରୀତିସ୍ପର୍ଶ ପୁଲକିତ ହୃଦୟର 

ଭରପୂର ରିମ୍ ଝିମ୍ ସୁରେ /

କମ୍ପିତ ଅନ୍ତରେ

ଛନ୍ଦଭରା ଏକ ବିଚିତ୍ର

ସୁମିଷ୍ଟ ଉଚ୍ଛ୍ବାସେ ।


ପଦାର୍ପିଛି ସିଏ-

ଛଳଛଳ ଚପଳ ତାରୁଣ୍ୟେ

କେବେ ଅସରାଏ ହିମବିନ୍ଦୁର

ବର୍ଷିତ ପୁଲକେ ,

ପ୍ରୀତିମୁକ୍ତା ସମ୍ଭାରର 

ମୁଗ୍ଧ ଅନୁଭବେ/ ମଧୁର କମ୍ପନେ ;


ପୁଣି କାହା ବିରହୀ ଅନ୍ତରେ

ପ୍ରମତ୍ତ ବିକମ୍ପିତ ଉତ୍ତାଳ ଉଦ୍ଭ୍ରାନ୍ତ

ମୌସୁମୀଟେ ହୋଇ,

ହୁତୁହୁତୁ ନୀଳନୀଳ ଉଛୁଳା ଜ୍ଜ୍ବଳନେ !!


Rate this content
Log in