STORYMIRROR

Sagar Pradhan

Others

3  

Sagar Pradhan

Others

ଚାନ୍ଦ ଓ ଚାନ୍ଦିନୀ

ଚାନ୍ଦ ଓ ଚାନ୍ଦିନୀ

1 min
322



ଦିନେ ସନ୍ଧ୍ୟା କାଳେ ସୁନିଲ ଅମ୍ବର

ଚାନ୍ଦିନୀ ପାଖକୁ ଯାଇ

ନିଜ ମନ କଥା ପଚାରିଲା ଚାନ୍ଦ

ଚାନ୍ଦିନୀ ମୁଖକୁ ଚାହିଁ

ଚାନ୍ଦିନୀ କୁ ପ୍ରଶ୍ନ ପଚାରଇ ଚାନ୍ଦ

କି ସମର୍କ ତୋର ମୋର

ଚାନ୍ଦିନୀ ଉତରେ ତୁମରି ବିହୁନେ

ଅସ୍ତିତ୍ବ ନାହିଁ ମୋର

ତୁମେ ଅଛ ବୋଲି ନିତ୍ୟ ମୁଁ ବଞ୍ଚିଛି

ତୁମରି ନିକଟେ ରହି

ତୁମେ ଯଦି ହେବ ଶ୍ବେତ କଇଁ ଟିଏ

ମୁଁ ପରା ତୁମର ଛାଇ

ଶିଳା ଚାନ୍ଦିନୀ କୁ ପଚାରିଲା ଚାନ୍ଦ

ଦୂର ଆକାଶେ ରହି

ତୋର ମୋରସାଥେ କି ସମ୍ପର୍କ ଅଛି

ଉତ୍ତର ପାରିବୁ କହି

ଚାନ୍ଦ କୁ ନିରେଖି କହିଲା ଚାନ୍ଦିନୀ

ତୁମେ ତ ମୋର ଜୀବନ

ତୁମ ପାଇଁ ରବି ତେଜେ ମୁଁ ସିଝୁଛି

ଅପେକ୍ଷା ରେ କଟେ ଦିନ

ଜାଣିଛି ମୁଁ ସତ୍ୟ ମିଳନ ସମ୍ଭବ

ନୁହଇ ତୁମର ମୋର

ମିଳନ କେବେବି ପୋଥରୋଧ ନୁହେଁ

ଶାଶ୍ଵତ ପ୍ରେମ ପଥର

(ସାଗର ପ୍ରଧାନ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍