ବସନ୍ତ ର ଆଗମନ
ବସନ୍ତ ର ଆଗମନ
1 min
521
ନବ ବସନ୍ତ ର ପହିଲି ପରସେ
ନାନା ପୁଷ୍ପେ ଦ୍ରୁମ ଭରା।
ଶୀତୁଆ କାକର ହୋଇଯାଏ ଦୂର
ପୁଲକିତ ହୁଅ ଧରା।
ନବ ପଲ୍ଲବୀତ ଆମ୍ର ତରୁ ଅଙ୍ଗେ
ବଉଳ ପାଉଛି ଶୋଭା
ରଙ୍ଗ ବେରଙ୍ଗ ର କୁସୁମ ସଜାନ୍ତି
ବସୁଧା ମାଆ ର ଗଭା।
ଗହଳିଆ ବନ ତରୁ ବୃନ୍ତ ଡାଳେ
କୋକିଳ ର ମିଠା ତାନ
ପ୍ରେମ ର ଜୁଆରେ ହୃଦ ବିଦାରିତ
ଉଲ୍ଲସିତ ତନୁ ମନ।
ପ୍ରୀତି ମହକର ମଳୟ ପବନେ
ପ୍ରେମ ପ୍ରଣୟ ର ଛୁଆଁ
ନିରସ ହୃଦୟେ ଜାଗି ଉଠେ ଜଳି
ଶାଶ୍ୱତ ପ୍ରେମର ନିଆଁ।
ଦୋଳ ଯାତ ପାଇଁ ଗାଁ ଆ ହୁଏ ସଜ
ହସି ଉଠେ ପଲ୍ଲୀ ଭୂଇଁ
ଶ୍ରୀ ରାଧା ଗୋବିନ୍ଦ ବିମାନରେ ବିଜେ
ସାଥେ ବନ୍ଧୁ ସଖା ନେଇ।
ସାଗର ପ୍ରଧାନ
ପଦାଦିଗି, ଗଂଜାମ
9124776287
