STORYMIRROR

Sagar Pradhan

Romance

3  

Sagar Pradhan

Romance

ଚାନ୍ଦ ଓ ଚାନ୍ଦିନୀ

ଚାନ୍ଦ ଓ ଚାନ୍ଦିନୀ

1 min
451


ଦିନେ ସନ୍ଧ୍ୟା କାଳେ ସୁନିଲ ଅମ୍ବର

ଚାନ୍ଦିନୀ ପାଖକୁ ଯାଇ

ନିଜ ମନ କଥା ପଚାରିଲା ଚାନ୍ଦ

ଚାନ୍ଦିନୀ ମୁଖକୁ ଚାହିଁ

ଚାନ୍ଦିନୀକୁ ପ୍ରଶ୍ନ ପଚାରଇ ଚାନ୍ଦ

କି ସମର୍କ ତୋର ମୋର

ଚାନ୍ଦିନୀ ଉତ୍ତରେ ତୁମରି ବିହୁନେ

ଅସ୍ତିତ୍ବ ନାହିଁ ମୋର

ତୁମେ ଅଛ ବୋଲି ନିତ୍ୟ ମୁଁ ବଞ୍ଚିଛି

ତୁମରି ନିକଟେ ରହି

ତୁମେ ଯଦି ହେବ ଶ୍ବେତ କଇଁ ଟିଏ

ମୁଁ ପରା ତୁମର ଛାଇ

ଶିଳା ଚାନ୍ଦିନୀକୁ ପଚାରିଲା ଚାନ୍ଦ

ଦୂର ଆକାଶେ ରହି

ତୋର ମୋରସାଥେ କି ସମ୍ପର୍କ ଅଛି

ଉତ୍ତର ପାରିବୁ କହି

ଚାନ୍ଦକୁ ନିରେଖି କହିଲା ଚାନ୍ଦିନୀ

ତୁମେ ତ ମୋର ଜୀବନ

ତୁମ ପାଇଁ ରବି ତେଜେ ମୁଁ ସିଝୁଛି

ଅପେକ୍ଷାରେ କଟେ ଦିନ

ଜାଣିଛି ମୁଁ ସତ୍ୟ ମିଳନ ସମ୍ଭବ

ନୁହଇ ତୁମର ମୋର

ମିଳନ କେବେବି ପୋଥରୋଧ ନୁହେଁ

ଶାଶ୍ଵତ ପ୍ରେମ ପଥର ।

(ସାଗର ପ୍ରଧାନ)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance