STORYMIRROR

Debabrata Barik Debunu

Romance

2  

Debabrata Barik Debunu

Romance

ତୁମେ ଗଲା ପରେ...

ତୁମେ ଗଲା ପରେ...

1 min
344

ଭୁଲିଗଲ ବୋଲି  

ଦୁଃଖ ନାହିଁ ମୋର

ଅନୁରୋଧ ଟିଏ ରଖିବ

ମୁଁ ମଲା ପରେ  

ମସାଣି ଭୂଇଁକୁ       

ଦେଖିବାକୁ ଥରେ ଆସିବ

ନ କାନ୍ଦିବ ନାହିଁ 

ଆଖି ଲୁହ ଢାଳି   

ସେ ମୋ ମସାଣି ଭୂଇଁରେ

ଇଚ୍ଛା ନ ଥିଲେବି  

ଫୁଲ ଟିଏ ଆଣି

ଫିଙ୍ଗିବ ଜଳନ୍ତା ଜୁଇରେ

ଫୁଲକୁ ତୁମର  

ପ୍ରେମ ବୋଲି ଭାବି

ଜୁଇ ମୋର ହସି ଉଠିବ

ସ୍ୱର୍ଗରେ ଥିଲେବି  

ନାଁ ଯେ ତୁମର ସବୁଦିନେ 

ଏ ହୃଦୟ ଭିତରେ ରହିବ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance