Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Parameswar Ojha

Romance Tragedy

3  

Parameswar Ojha

Romance Tragedy

ତୁମେ ଗଲା ପରେ

ତୁମେ ଗଲା ପରେ

1 min
203


ତୁମେ କାଲି ମୋ ପାଇଁ ଥିଲ ଆଜି ବି ମୋ ପାଇଁ ଅଛ

ହେଲେ ଫରକ୍ ଏତିକି

ଆଜି ମୁଁ ତୁମ ସାମ୍ନାରେ ଅଛି ତୁମ ଭିତରେ ନାହିଁ ।

କାଲି ବି ମୋ ସହ କଥା ହେଉଥିଲ ଆଜି ବି ହେଉଛ

ହେଲେ ଫରକ୍ ଏତିକି

କାଲି କଥା ହୃଦୟର ଥିଲା ଆଜି ମୁହଁର ।

କାଲି ମୋ ଗପ କବିତା ରେ ତୁମେ ଥିଲ ଆଜି ବି ଅଛ

ହେଲେ ଫରକ୍ ଏତିକି

କାଲି ଥିଲା ପ୍ରେମ ରଙ୍ଗେ ରଙ୍ଗାୟିତ ଆଜି ବିରହ ର ବହ୍ନି ।

କାଲି ଆଖିରେ ଲୁହ ଆସୁଥିଲା ଆଜି ବି ଆସୁଛି

ହେଲେ ଫରକ୍ ଏତିକି

କାଲି ତୁମର ସାନ୍ତ୍ଵନା ଥିଲା ଆଜି ତୁମର ରାଗ ବି ନାହିଁ ।

କାଲି ଓଠରେ ହସ ଆସୁଥିଲା ଆଜି ବି ଆସୁଛି

ହେଲେ ଫରକ୍ ଏତିକି

କାଲି ତୁମ ସହ ହସୁଥିଲି ଆଜି ତୁମ ସ୍ମୃତି ସହ ।

କାଲି ଫଟୋ ଦେଖୁଥିଲି ତୁମର ଆଜିବି ନୀତି ଦେଖୁଛି

ହେଲେ ଫରକ୍ ଏତିକି

କାଲି ଓଠରେ ହସ ଭରିଥିଲା ଆଜି ଆଖିରେ ଲୁହ ।

କାଲି ତୁମ ପାଇଁ ମଥା ନୋଉଁଥିଲା ଆଜି ବି ନୋଉଁଛି ମନ୍ଦିରେ

ହେଲେ ଫରକ୍ ଏତିକି

ମଙ୍ଗଳ କାମନା ଆମର ଥିଲା ଆଜି ଶୁଭ ମନାସୁଛି ତୋ ପାଇଁ ।

କାଲି ପ୍ରତୀକ୍ଷାରେ ଥିଲି ତୁମର ଆଜିବି ରହିଛି ଚାହିଁ କି

ହେଲେ ଫରକ୍ ଏତିକି

କାଲି ଫେରି ଆସୁଥିଲ ମୋ ପାଇଁ ଆଜି ଆଉ ଫେରିବନି କେବେ ।

ପରମେଶ୍ବର ଓଝା

ଦୁତୀଆଳ, ପୁରୁଷୋତ୍ତମପୁର,

କେନ୍ଦ୍ରାପଡ଼ା - ୭୫୪୨୨୩


Rate this content
Log in

Similar oriya poem from Romance