STORYMIRROR

PRABHAS KUMAR MOHAPATRA

Abstract

2  

PRABHAS KUMAR MOHAPATRA

Abstract

ତୁମେ ଧନ୍ୟ

ତୁମେ ଧନ୍ୟ

1 min
3.3K

ଧନ୍ୟ ତୁମେ ବୀର ସନ୍ତାନ ମାଆର

ଭାଗ୍ୟବାନ ପୁତ୍ର ତୁମେ

ବଢିଥିଲ କୋଳେ ଶୋଇଲ ମା କୋଳେ

ଅମର ହୋଇଣ ତୁମେ


ଯା ଠାରୁ ଜନମ ପାଇଥିଲ ନାମ

ବକ୍ଷ ରେ ଥିଲ ଯେ ନାଚି

ତା ପାଇଁ ଜୀବନ କଲ ତୁମେ ଦାନ

ଦେଖାଇ ନିଜର ଛାତି


ନିଜ ରକ୍ତ ଦେଇ ଦେଲ ଯେ ଦେଖାଇ

ଦେହେ ବହେ ମାଆ ରକ୍ତ

ବକ୍ଷ ରୁ ତାହାର ପିଇଣ ଯେ କ୍ଷୀର

ହୋଇଅଛ ଏତେ ଶକ୍ତ


ମହାନ ଯେ ତୁମ କର୍ମ ଗଲ ରଖି ଯଶ ନାମ

ଦେଇ ମା ପାଇଁ ଜୀବନ

କହୁଛି ଦୁନିଆ ଧନ୍ୟ ତୁହି ମାଆ

ଧନ୍ୟ ତୋ ବୀର ଯବାନ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract