STORYMIRROR

Satyabati Swain

Romance

3  

Satyabati Swain

Romance

ତୁମେ ଦେଲେ ଛୁଇଁ

ତୁମେ ଦେଲେ ଛୁଇଁ

1 min
302

ତୁମେ ଦେଲେ ଛୁଇଁ

ମୋ ନୀରବତା

ଭାବ ପୂର୍ଣ୍ଣ ହୋଇ

ଛାଇଯାଏ

ଦେହ ମନ ଆତ୍ମା।


ଉବୁଟୁବୁ ହୋଇ

ଅଣନିଃଶ୍ଵାସୀ ଶରୀର ମୋ

ଭାସୁଥାଏ

ତୁମ ସ୍ନେହ ପ୍ରେମରେ

ତୁମ ଛୁଆଁ ପାଇ।


କି ସମ୍ମୋହନେ

ବାନ୍ଧିଛ ମୋତେ

ମୁଁ ଆଉ

ମୁଁ ହୋଇ ନାହିଁ !


କେବେ ମୁଁ

ସତ ସତିକା ମରିବି ଜାଣେନା

ଏବେ କିନ୍ତୁ

ପ୍ରତି ମୁହୂର୍ତ୍ତରେ

ମରୁଛି ବିରହେ ମୁହିଁ

ଶେଷହୀନ ଅବଶୋଶ ନେଇ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance