ତୁମେ ଦେଲେ ଛୁଇଁ
ତୁମେ ଦେଲେ ଛୁଇଁ
ତୁମେ ଦେଲେ ଛୁଇଁ
ମୋ ନୀରବତା
ଭାବ ପୂର୍ଣ୍ଣ ହୋଇ
ଛାଇଯାଏ
ଦେହ ମନ ଆତ୍ମା।
ଉବୁଟୁବୁ ହୋଇ
ଅଣନିଃଶ୍ଵାସୀ ଶରୀର ମୋ
ଭାସୁଥାଏ
ତୁମ ସ୍ନେହ ପ୍ରେମରେ
ତୁମ ଛୁଆଁ ପାଇ।
କି ସମ୍ମୋହନେ
ବାନ୍ଧିଛ ମୋତେ
ମୁଁ ଆଉ
ମୁଁ ହୋଇ ନାହିଁ !
କେବେ ମୁଁ
ସତ ସତିକା ମରିବି ଜାଣେନା
ଏବେ କିନ୍ତୁ
ପ୍ରତି ମୁହୂର୍ତ୍ତରେ
ମରୁଛି ବିରହେ ମୁହିଁ
ଶେଷହୀନ ଅବଶୋଶ ନେଇ।

