Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalandi pal

Inspirational

3  

Kalandi pal

Inspirational

ତୁମେ ଦାରୁମୂର୍ତ୍ତି ଦାରୁବ୍ରହ୍ମ

ତୁମେ ଦାରୁମୂର୍ତ୍ତି ଦାରୁବ୍ରହ୍ମ

1 min
328



ଯାହାର ଜ୍ୟୋତିରେ ଜଗତ ହସଇ

    କୋଟି ସୂର୍ଯ୍ୟ ନୁହେଁ ସମ

ଯା ନାମ ଧରିଲେ ପଥର ଭାସଇ

     ସର୍ବୋତ୍ତମ ଶ୍ରେଷ୍ଠ ନାମ

ତୁମେ, ଦାରୁମୂର୍ତ୍ତି ଦାରୁବ୍ରହ୍ମ ।


ସେ ଜ୍ୟୋତି ଅଞ୍ଜନ ଭର ମୋ ନୟନ

    ଦେଖିବାକୁ ତୁମ ରୂପ

ସେ ପବିତ୍ର ନାମ ତୁଣ୍ଡେ ଏ ଅଧମ

     ଦିବା ନିଶି କରୁ ଜପ

ସେ ନାମେ ଭକତି ସତଜନ ମୁକତି

     ଜୀବନର ଶ୍ରେଷ୍ଠ ଧାମ ।


ଧ୍ୟାନେ ଯୋଗୀଜନ ତୁମ ନାମେ ମଗ୍ନ

     ରୁନ୍ଧି ଦେହ ନବ ଦ୍ୱାର

ନୁହେଁ ମୁହିଁ ଯୋଗୀ ମୁଁ ସଂସାର ଭୋଗି

     କୃପାକର କୃପାକର

ତୁମ ଦୟା ହେଲେ ଏ ଅଧମ ଭଲେ

     ଧ୍ୟାୟୁ ଥିବ ସଦା ନାମ ।


Rate this content
Log in

Similar oriya poem from Inspirational