Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sabitri Mohapatra

Abstract Romance

4.3  

Sabitri Mohapatra

Abstract Romance

ତୁମେ ଚାହିଁଲନି ଫେରି

ତୁମେ ଚାହିଁଲନି ଫେରି

1 min
132


ଶୀତ ଆସିଗଲା 

ବସନ୍ତ ଫେରିଲା 

ଗ୍ରୀଷ୍ମ ବି ଗଲା ଚାଲି, 


ପ୍ରତ୍ୟାବର୍ତ୍ତନର 

ଦିନ ଗଣୁଥିଲା 

ଶ୍ରାବଣ ମାସର ଝଡି |


ସମସ୍ତେ ଫେରିଲେ 

ନିଜ ନିଜ ପୁରେ 

ତୁମେ ଚାହିଁଲନି ଫେରି, 


ପ୍ରତୀକ୍ଷାରତ ମୁଁ 

ଦିନ ଯା ଗଣୁଛି 

ତୁମରି ପଥକୁ ଚାହିଁ |


ଜାଣିଛି ମୁଁ ଏହା 

ନିରାଟ ସତ୍ୟ 

ତୁମେ ଫେରିବନି ଆଉ, 


ତଥାପି ଏ ମୋର 

ଅବୁଝା ମନଟି 

ମାନେ ନାହିଁ କାହିଁ ପାଇଁ |


ସବୁ ଆଶା ଦେଇ 

ବିଫଳ କରିଲ 

ସବୁ ସ୍ବପ୍ନ ପୁଣି 

କଲ ଅସଫଳ ,


ଭଗ୍ନକଲ ତୁମେ 

ଦେଇ ପ୍ରତିଶ୍ରୁତି

ଉଙ୍କି ମାରୁଥିବା ସେ ଶୁଭ ମୁହୂର୍ତ୍ତ 

ହୋଇଗଲା ଅବସାନ ,


ସବୁ କିଛି ହେଲା 

ଓଲଟ ପାଲଟ

ମନେ ଦେଇଗଲ ମୋର 

କେତେ ଅଭିମାନ |


Rate this content
Log in

Similar oriya poem from Abstract