STORYMIRROR

Nirupama Naik

Abstract

2  

Nirupama Naik

Abstract

ତୁମେ ବସନ୍ତ ମୁଁ ବାସନ୍ତୀ

ତୁମେ ବସନ୍ତ ମୁଁ ବାସନ୍ତୀ

1 min
2.8K

ରଙ୍ଗ ବିରଙ୍ଗ ଫୁଲ ସାଜି

ତୁମ ସାଥେ ସାଥେ ଥାନ୍ତି

ତୁମେ ଆସିଯିବା ମାତ୍ରେ

ହରସେ ଫୁଟି ଯାଆନ୍ତି

ତୁମ ଆଗମନେ ମୁଁ ଯେ

ଯାନ୍ତି ପୁଲକିତ ହୋଇ

ପୃଥିବୀ ପୃଷ୍ଠା କୁ ଦିଅନ୍ତି

ରଙ୍ଗ ଫୁଲ ରେ ସଜାଇ

ଉଡ଼ି ବୁଲନ୍ତି ଏ ମୁକ୍ତ ଆକାଶେ

ବସନ୍ତେ ପକ୍ଷୀ ସମ

ଲେଖିଯାଅନ୍ତି ଚୀର ସ୍ମୃତି ତୁମ ସାଥେ

ଅଦ୍ଭୁତ ଅଶେଷ ପ୍ରେମ

ରଙ୍ଗ ର ପସରା ମେଲି

ଖେଳନ୍ତି ରଙ୍ଗ ହୋଲି

ଝୁମି ଝୁମି ମୁଁ ଯାଆନ୍ତି

ତୁମ ସାଥେ ସାଥେ ବୁଲି

ତୁମ ଅପେକ୍ଷା ତ ଯେମିତି

ମୃଗତୃଷ୍ଣା ଯେ ସାଜିଛି

ତୁମ ସାଥେ ଆଜି କି ପାଇଁ

ଶ୍ରାବଣ ଚାଲି ଆସିଛି

ତା ସାଥେ ତୁମେ ମାତିଚ

ହାତ ରେ ହାତ ଛନ୍ଦି

ଅବିକଳେ ତୁମ ପଥ ଚାହିଁଛି ମୁଁ

ଝୁରୁଛି କାନ୍ଦି କାନ୍ଦି

ଇଛା ହୁଏ ତା ଠାରୁ ତୁମକୁ

ଦୁରେଇ ନେଇ ଆସନ୍ତି

ଚୀର କାଳ ସାଥି ତୁମେ ମୋର ହେ ବସନ୍ତ

ଆଉ ମୁଁ ତୁମ ବାସନ୍ତୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract