ତୁମେ ଅନୁପମ
ତୁମେ ଅନୁପମ
ତୁମେ ଅନୁପମ ଆହେ ପୂର୍ଣ୍ଣବ୍ରହ୍ମ
ଅନୁପମ ତୁମ କାନ୍ତି
ଅନୁପମ ତବ ସୃଷ୍ଟି ସମ୍ଭାର ହେ
ଅନୁପମ ତୁମ ନୀତି ।
ତୁମେ ଅନୁପମ ଆହେ ଦାରୁବ୍ରହ୍ମ
ଅନୁପମ ତୁମ ଠାଣି
ଅନୁପମ ତବ ରୂପ ବୈଭବ ହେ
ଅନୁପମ ସେ ଚାହାଣୀ ।
ତୁମେ ଅନୁପମ ଶ୍ରୀକ୍ଷେତ୍ର ମଣି ହେ
ଅନୁପମ ତୁମ ଭାବ
ଅନୁପମ ଚ଼କାନୟନର ଶୋଭା
ଅନୁପମ କଳା ରୂପ ।
ତୁମେ ଅନୁପମ ତୁମେ ଅବତାରୀ
ଅନୁପମ ତୁମ ଲୀଳା
ଅନୁପମ ସେଇ ଲୀଳା ମାଧୁରୀରେ
ଅନୁପମ ହୁଏ ଧରା ।
ତୁମେ ଅନୁପମ ଭକ୍ତ ଜୀବଧନ
ଅନୁପମ ଭାବେ ବନ୍ଧା
ଅନୁପମ ତୁମ ଭକ୍ତ ବତ୍ସଳତା
ଅନୁପମ ଛନ୍ଦେ ଛନ୍ଦା ।
ତୁମେ ଅନୁପମ ଆହେ ପରଂବ୍ରହ୍ମ
ଅନୁପମ ଦୃଷ୍ଟି ଢ଼ାଳ
ଅନୁପମ ହେଉ ତୁମ ସୃଷ୍ଟି ପ୍ରଭୁ
ଅନୁପମ ସ୍ପର୍ଶ ଦିଅ ।
