Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Inspirational Others Children

3  

Bharatabandhu Biswal

Inspirational Others Children

ତୁମେ ଅକ୍ଷୟ ହେ ଅକ୍ଷୟ ତୃତୀୟା

ତୁମେ ଅକ୍ଷୟ ହେ ଅକ୍ଷୟ ତୃତୀୟା

1 min
160



ତୁମେ ଅକ୍ଷୟ ହେ ଅକ୍ଷୟ ତୃତୀୟା

ପୁଣ୍ୟ ମାଙ୍ଗଳିକ ଦିନ

ତିଥି ସ୍ୱୟଂ ସିଦ୍ଧ ମାତା ଅନ୍ନପୂର୍ଣ୍ଣା

ପ୍ରକଟ ଶୁଭ ଲଗନ ।


ବ୍ରହ୍ମାଙ୍କ କୁମର ଅକ୍ଷୟ କୁମାର

ଏହି ଶୁଭ ଦିନେ ଜାତ

ଲଭି ଦେବ କୃପା ପାଇଲେ କୁବେର

ଅପାର ଧନ ଦୈ।ଲତ ।


ଜନ୍ମ ହୋଇଥିଲେ ଏ ପୁଣ୍ୟ ଦିବସେ

ଭଗବାନ ପର୍ଶୁରାମ

ସତ୍ୟ ଓ ତ୍ରେତୟା ଯୁଗର ପ୍ରାରମ୍ଭ

ବନ୍ଧୁତ୍ୱର ନିଦର୍ଶନ ।


କୃଷ୍ଣ ସୁଦାମାଙ୍କ ଅପୂର୍ବ ମିଳନ

ଦ୍ୱ।ପରରେ ସ°ଘଟିତ

ଶେଷ ହୋଇଥିଲା ଅଠର ଦିନର

ସ°ଗ୍ରାମ ମହାଭାରତ ।


କୁରୁ ସଭାସ୍ଥଳେ ମାତା ଦ୍ରୋପଦୀଙ୍କୁ

କୋଟି ବସ୍ତ୍ର ଦେଇ ଦାନ

ଲଜ୍ଜା ନିବାରଣ କରିଥିଲେ ପ୍ରଭୁ

ବାସୁଦେବ ନାରାୟଣ ।


ବୃନ୍ଦାବନ ଧାମେ ବାଙ୍କବିହାରୀଙ୍କ

ମିଳେ ଚରଣ ଦର୍ଶନ

ବଦ୍ରିନାଥ ଧାମେ ଫିଟଇ ଦୁଆର

ଅକ୍ଷୟତୃତୀୟା ଦିନ ।


ନୀଳାଚଳେ ହୁଏ ରଥ ଅନୁକୂଳ 

ଚନ୍ଦନର ଆୟୋଜନ

ପ୍ରଭୁ ବଳରାମ ରେବତୀ ବିବାହ

ଅକ୍ଷିମୁଠି ସ°ପୂଜନ ।


କବି ଜୟଦେବ ଜନମି ଉତ୍କଳେ

ରଚିଲେ ଗୀତଗୋବିନ୍ଦ

କାବ୍ୟ ଅନୁପମ ଗଙ୍ଗୋଦକ ସମ

ଶ୍ରୀପଦୁ ଅବତରଣ ।


ଦୁର୍ଲଭ ପବିତ୍ର ବଇଶାଖ ଶୁକ୍ଳ

ଦିବ୍ୟ ସ°ଯୋଜନ ତିଥି

ଅକ୍ଷୟ ତୃତୀୟା ଶୁଭ ଅବସରେ

ମନାସୁଛି ସୁଖଶାନ୍ତି ।

   



Rate this content
Log in

Similar oriya poem from Inspirational