STORYMIRROR

Bijay Prusty

Romance

3  

Bijay Prusty

Romance

ତୁମବିନା ସବୁ ଅନ୍ଧକାର

ତୁମବିନା ସବୁ ଅନ୍ଧକାର

1 min
202


ତୁମବିନା ଗୀତ ବେସୁରା ବେସୁରା

ରଙ୍ଗ ରସ ହୀନ ଫୁଲ

ତୁମବିନା ସଖୀ ଅନ୍ଧାର ମାଗୁଛି

ଜହ୍ନ ଜୋଛନାର ମୂଲ I

ଆକାଶେ ଉଡୁନି ଡେଣା ମେଲି ପକ୍ଷୀ

ଶୁଭୁନାହିଁ ତାର ସ୍ୱର

ତୁମବିନା ସଖୀ ମୋ ମନ ଆକାଶେ

ଘୋଟିଯାଏ ଅନ୍ଧକାର I

ଝରଣା ଗାଉନି କୂଳୁ କୂଳୁ ସ୍ୱରେ

ଦେହେ ତା ତରଙ୍ଗ ନାହିଁ

ତୁମବିନା ସଖୀ ମନତଳେ ମୋର

ବହୁଛି ଦୁଃଖର ନଈ I

ମେଘ ବରଷୁଛି ଟୁପୁରୁ ଟୁପୁରୁ

ଓଦା ହେଉନାହିଁ ମନ

ତୁମବିନା ସଖୀ ନୀରସ ଲାଗୁଛି

ନୀଳ ଆକାଶରେ ଜହ୍ନ I

ଫୁଲରୁ ସୁବାସ ହଜି ଯାଇଅଛି

ଭଅଁର ମାଡୁନି ପାଶ

ତୁମବିନା ସଖୀ କେଉଁଦିନ ଠାରୁ

ଓଠୁ ମୋ ହଜିଛି ହସ I

ତୁମ ରାଗ ଋଷା ତୁମ ଅଭିମାନ

ମୋ ପାଇଁ ଅମୃତ ସମ

ଏମିତି କଷଣ ଦିଅନାହିଁ ଆଉ

ଉଣା କରନାହିଁ ପ୍ରେମ I

      


Rate this content
Log in

Similar oriya poem from Romance