STORYMIRROR

Ajaya Mahala

Abstract

2  

Ajaya Mahala

Abstract

ତୁମ ଉପରେ ରାଗି ପାରିବିନି

ତୁମ ଉପରେ ରାଗି ପାରିବିନି

1 min
305

ତୁମ ଉପରେ ରାଗି ପାରିବିନି 


ତୁମେ କୁହ,

ତୁମେ ମୋ ଉପରେ ରାଗି ପାରନା

ମୋ ଆଖିରେ ଲାଗି ରହିଥିବା ଚପଳତା

ଓଠରେ ଲାଗି ରହିଥିବା

ଟିକକ ଅଧା ହସ କୁଆଡେ

ଥଣ୍ଡା ପାଣି ହୋଇ

ତୁମ ଉତୁରି ଆସୁଥିବା 

ଅସନ୍ତୁଷ୍ଟ ପଣିଆକୁ 

କ୍ଷୀର ହାଣ୍ଡିର ସୀମାଲଙ୍ଘି 

ଆସିବାକୁ ଦିଅନ୍ତିନି


ଯେବେ ମୁଁ ପଚାରେ

ମୁଁ କିଏ କି

ମୋ ଉପରେ କାହିଁ ରାଗ ନାହିଁ

ମୋ ପାଇଁ କାହିଁ ତୁମ କୋହଳ ନିୟମ

ଅନ୍ୟ ମାନଙ୍କୁ ଅଣଦେଖା କରି

ମୋ ଲାଗି କଣ ପାଇଁ 

ଏତେ ପାତର ଅନ୍ତର

କଥାଟି ସବୁଥର ପରି 

ହସରେ ଉଡେଇ ଦିଅ

ସେଥିରେ ମତେ 

ମୁଣ୍ଡ ନ ଖେଳେଇବାକୁ କହି


କେବେ ତୁମେ କୁହ,

ମତେ ଦେଖିଲେ 

ତୁମେ ଚାଲି କିପରି ଲୟହୀନ ହୁଏ

ଗୋଡ ବାରମ୍ବାର ଛନ୍ଦି ହୁଏ

ହାତ ଝାଳେଇ ଯାଏ 

ଶାଢ଼ୀର ପଲ୍ଲୁ ଖସି ଯାଏ

କିନ୍ତୁ ଏଣେ ମତେ ଲାଗେ

ମୁଁ ଦୂର ପାହାଡ଼ ପରି

ଗୋଟେ ମିଛ ଆକର୍ଷଣରେ

ତୁମକୁ ବାନ୍ଧି ରଖିନାହିଁ ତ

ଯାହା ପାଖକୁ ଆସିଲେ ଦେଖି 

ନିରାଶ ହେବ

ମିଛରେ ଏ ଅଯୋଗ୍ୟକୁ 

ମନ ଦେଇଥିଲ ବୋଲି



କେବେ କହେ

ମୋ ଉପରେ ରାଗିବାର,

ମତେ କଥା ନ କହିବାର 

କେବେ ଥରେ ଯୋଜନା ତ କର

ତମେ କିନ୍ତୁ ଓଲଟା 

ତୋଷାମଦର ଶୀର୍ଷରେ ପହଞ୍ଚି 

ତୁମେ କୁହ

କୁଆଡେ ସେମିତି ହସ ଟିଏ ଯଦି

ମୁଁ ସେ ସମୁଦ୍ରୀ ଚକ୍ରବାତକୁ ଦେଖେଇ ଥାଆନ୍ତି 

ସିଏ ବି ତୁରନ୍ତ ପ୍ରଶମିତ ହୋଇ 

ବଙ୍ଗୋପସାଗରକୁ ଫେରି ଯାଆନ୍ତା


କାହିଁ ରାଗୁନ

କାହିଁ ରାଗୁନ

କାହିଁ ରାଗୁନ

ହରିଶ୍ଚନ୍ଦ୍ରର ଦାନୀପଣିଆର 

ଶେଷ କଠିନ ପରୀକ୍ଷା ପରି

ମୁଁ ତୁମ ଧୈର୍ଯ୍ୟ ମାପେ,

କୈଫିୟତ ମାଗେ 

ତୁମକୁ ପଚାରେ, 

"ଯଦି ବହୁତ ଚିଡାଇବି, ତଥାପି ବି ରାଗିବନି

ତୁମେ ସେହି ପୁରୁଣା ଦମ୍ଭଭରା କଥା କୁହ,

"ଥରେ ତ ଚେଷ୍ଟା କରି ଦେଖ

ତା ପରେ ମୁହଁର ଭାବ 

କୋହଳ କରି କୁହ, 

"ତୁମେ ଚିଡାଇଲେ ବହୁତ କାନ୍ଦିବି, 

ହେଲେ ତୁମ ଉପରେ ରାଗି ପାରିବିନି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract