Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

baishnaba meher

Romance

3  

baishnaba meher

Romance

ତୁମ ପ୍ରତୀକ୍ଷା

ତୁମ ପ୍ରତୀକ୍ଷା

1 min
225


ନା ଦରକାର ମୋତି-ମାଳତୀର ଗଳାହାର,

ନା ଦରକାର ହୀରା, ମୋତି, ମାଣିକ,

ଭଲପାଏ ତୁମକୁ ମୋ ହୃଦୟର ଗହୀରତାରୁ,

ପ୍ରତୀକ୍ଷଣେ ତୁମ ନାମ ଜପୁଥାଏ ମୁଁ ।


ନିର୍ଜନତାରେ ତୁମ ଧ୍ୱନି ଯେବେ ଶୁଭେ,

ମୋର ହୃଦସ୍ପନ୍ଦନ ଆହୁରୀ ତୀବ୍ର ହେଇଯାଏ,

ବୁକୁ ଚିରି ପ୍ରତୀକ୍ଷଣେ ପ୍ରେମବହ୍ନି ଉଙ୍କିମାରେ,

ଇଚ୍ଛା ହୁଏ ତିନ୍ତିଯିବାକୁ ତୁମ ପ୍ରେମରେ ।


ନିରାବତାର ଶବ୍ଦପୁଞ୍ଜ ପଦାକୁ ଉଙ୍କିମାରନ୍ତି,

କହିବାକୁ ନିସଙ୍ଗ ଜୀବନର ଦୁଃଖ କାହାଣୀ,

ପ୍ରେମାତୁର ହୋଇ ଚପଳାମି ସୀମା ଟପିଯାଏ,

ଯେତେବେଳେ ଥାଅ ତୁମେ ମୋ ପାଖେ ।


ଅଛି ପ୍ରିୟା କେତେବେଳୁ ପ୍ରତୀକ୍ଷାରେ ତୁମ,

ସ୍ବତହ ହୃଦସ୍ପନ୍ଦନ ଧୀରେ ଧୀରେ ବଢିଯାଏ,

ଆସିବ ବୋଲି ଭିଜା ଭିଜା ବସନରେ,

ଉତ୍ତପ୍ତ ଗ୍ରୀଷ୍ମ କୁ....

ଶୀତଳେଇ ଦେବ ତୁମ ପ୍ରେମ ବନ୍ଧନରେ ।



Rate this content
Log in

Similar oriya poem from Romance