STORYMIRROR

Ghanashyam Biswal

Abstract

2  

Ghanashyam Biswal

Abstract

ତୁମ ପରି ହେବି

ତୁମ ପରି ହେବି

1 min
296

ସାଗର ପରିକା ହୋଇବି ଦିନେ ମୁଁ

ସଭିଙ୍କୁ ନିଜର କରି

ନଦୀ ପରି ହୋଇ ବୋହୁଥିବି ନିତି

ବାନ୍ଧି ସେନେହର ଡୋରି


ସୂର୍ଯ୍ୟ ସମ ହୋଇ ସକାଳୁ ଉଠି ମୁଁ

ନୂଆ ଆଶା କେତେ ବାଣ୍ଟିବି

ପାହାଡ଼ ପରିକା ହୋଇ ପୁଣି ମୁହିଁ

ବିପଦରେ ଟାଣ ରହିବି


ଫୁଲ ହୋଇ ଦିନେ ଫୁଟିବି ମୁଁ ଦିନେ

ମହକାଇ ଦେବି ସାରା ସଂସାର

ପଥର ପରିକା ଦୃଢ଼ ହେବି ମୁହିଁ

ଶତ୍ରୁକୁ ନଥିବ ତିଳେହେଁ ଡର


ଆକାଶ ପରିକା ହେବାକୁ ଚାହେଁମୁଁ

ତାରା ଜହ୍ନ ପରି ହସିବି

ଦୁନିଆକୁ ନୂଆ ଆଲୋକ ଦେଖାଇ

ଦୂର କରିବି ମୁଁ ସବୁ ଅନ୍ଧାର



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract