ତୁମ ପାଶେ ମୋର ମନ
ତୁମ ପାଶେ ମୋର ମନ
ଆଖୁ ବାଡ଼ି ଖସ ଖସ ,
ଆସ ପ୍ରାଣ ଧନ ଦୋଳିରେ ବସ
ଦୋଳିରେ ବସ ଗୋ
ମନକୁ କରି ହରଷ
ସରଗରେ ରୁପା ଜହ୍ନ ,
ତୁମ ପାଶେ ମୋର ରହିଛି ମନ
ରହିଛି ମନ ଗୋ
ଦିଅ ଖଣ୍ଡେ ଖିଲି ପାନ
ଗଛରେ ପାଚିଲା ବେଲ ,
ସତେ ଯେବେ ମୋତେ ପାଉଛ ଭଲ
ପାଉଛ ଭଲ ଗୋ
ଆଣିଦେବ ବାସ ତେଲ
ନଈରେ କଙ୍କଡ଼ା ଗାତ ,
ଦେଖାଇ ନେବଟି ଏ ସନ ଯାତ
ଏ ସନ ଯାତ ଗୋ
ଧରିକରି ମୋର ହାତ
ପଞ୍ଜୁରୀ ଭିତରେ ଶାରୀ ,
ଡାକୁ ଅଛି ଆମ ନାମକୁ ଧରି
ନାମକୁ ଧରି ଗୋ
ମହତ ଦେବ କି ସାରି
ପୋଖରୀ ଭିତରେ କଇଁ ,
ଜନମ ନେଇଛି ତୁମରି ପାଇଁ
ତୁମରି ପାଇଁ ଗୋ
ପର କରି ଦେବ ନାହିଁ
