STORYMIRROR

baishnaba meher

Romance

3  

baishnaba meher

Romance

ତୁମ ପାଇଁ

ତୁମ ପାଇଁ

1 min
212

ଅଭୁଲା ତୁମ ମୋର ପ୍ରୀତି

ପ୍ରୀତିରେ ତୁମ ହୁଏ ମଗ୍ନ

ମଗ୍ନ ହୋଇ ଭୁଲିଯାଏ ସବୁକିଛି

ସବୁକିଛି ଭୁଲି, ମନେରୁହ ତୁମେ

ତୁମେ ତ ମୋ ଜୀବନ

ଜୀବନର ପ୍ରତିକୋଣେ ତୁମ ସ୍ମୃତି

ସ୍ମୃତି ତୁମ ଅଲିଭା ରଙ୍ଗ

ରଙ୍ଗ ପ୍ରେମର ବାନ୍ଧିରଖେ ଆମକୁ

ଆମକୁ ମନେ ରଖିବ ଦୁନିଆଁ,

ଦୁନିଆଁ ଗାଇବ ଆମର ନାଁ । 


ତୁମେ ମୋ ଜୀବନର ନାୟିକା

ନାୟିକା ତୁମେ ପ୍ରତି ମୁହୂର୍ତ୍ତର

ମୁହୂର୍ତ୍ତ ମାନର ସମ୍ଭାରେ ବିଶ୍ୱାସ

ବିଶ୍ୱାସ ତୁମେ, ଆଶ୍ରା ତୁମେ

ତୁମେ ଥିଲେ ସବୁ ଆଲୋକିତ

ଆଲୋକିତ ଦୁନିଆରେ ତୁମେ ଚକ୍ଷ୍ୟୁ

ଚକ୍ଷ୍ୟୁ ଦେଖେ କେତେ ସ୍ବପ୍ନ

ସ୍ବପ୍ନ ଏକ ନୂତନ ଆଶାର

ଆଶା ସବୁଦିନ ରହିବାକୁ ଖୁସି,

ଖୁସିରେ ଦେଉଥିବ ତୁମେ ହସି । 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance