ତୁମ ପାଇଁ -୨
ତୁମ ପାଇଁ -୨
ଆଇ ଲଭ୍ ୟୁ କହି କହି ତମେ
ଥକିଯିବ ବନ୍ଧୁ କହିଥିଲି
ତୁମେ ଏକା ପାରିବାର ବୋଲି
ସେ କଥା ବି ଜାଣିଗଲି ।
ତୁମେ ସତରେ ଭାରୀ ଚାଲାକ
ଏ କଥା ମୁଁ ଭାବୁଥିଲି
ତୁମ ମୋ ପ୍ରେମ କହି ନ ପାରି ଘରେ
ନିଜେ ନିଜେ ଜଳୁଥିଲି ।
ତୁମେ କିନ୍ତୁ ଭାରୀ ଡରୁଆ ଥିଲ
ମୁଁ ଯାହା ଜାଣିଥିଲି
ଆଜି ବି ତୁମେ ଠିକ ସେପରି
ଭାବି ଭାବି ହସୁଥିଲି ॥
ତୁମ ହୃଦୟର ଗମ୍ଭୀରି ଘରେ
ସ୍ଥାନ ମୁଁ ପାଇଥିଲି
ମୋ ପାଟିରୁ ଭଲ ପାଇବା ଖୋଜିଲ
ଆଇ ଲଭ ୟୁ କହିଥିଲି ।
ଅତୀତର ସବୁ ସ୍ମୃତିକୁ ଭୂଲିପାରୁନାହିଁ
ମନେ ପଡେ ବାରମ୍ବାର
ସେଥି ମଧ୍ୟରୁ ସାଉଁଟି ମୁଁ ଚେନାଏ
ହସେ କାନ୍ଦେ ପ୍ରତିଥର ॥
ଏମିତି ପ୍ରେମ ର ଭାବନା ଜାଣି
ପ୍ରଭୂ ବି ଖୁସି ଥିଲେ
ଆମ ଦୁହିଁଙ୍କୁ ପ୍ରେମ ଗଛରେ ଝୁଲାଇ
ବରଟିଏ ଦେଇଥିଲେ ॥

