STORYMIRROR

MADHU MITA

Romance Tragedy

3  

MADHU MITA

Romance Tragedy

ତୁମ ନୀରବତା

ତୁମ ନୀରବତା

1 min
311

ତୁ ଅଛୁ  

ତେଣୁ ତ ଦୁନିଆ ଅଛି  

ତେବେ କହ  

ତୋତେ ମନ ଏ ଦୁନିଆରେ କାହାକୁ ଖୋଜୁଛି !!


ତୁ କହିଛୁ  

ମୁଁ ଡାକିଲେ ତୁ ଶୁଣୁଛୁ  

ହେଲେ କହ  

ତୁ ଶୁଣୁନୁ ବୋଲି ମୋ ମନ କାହିଁକି କାନ୍ଦୁଛି !!


ତୁ ଜଗିଛୁ  

ତେଣୁ ଏ ଜୀବନ ଚାଲିଛି  

ତଥାପି କହ  

ଯନ୍ତ୍ରଣା ଜୀବନ ଉପରେ ଅଧିକାର କିପରି କରିଛି !!


କହିଛୁ ଆସିବୁ  

ଡାକିଲେ ଦଉଡି ଆସୁଛୁ  

ତେବେ କଣ  

ସତରେ ମୋ ଡାକିବାରେ କେଉଁଠି ଅଭାବ ରହିଛି !!


ନା ତୁ ଆସୁଛୁ  

ପାଖରେ ଜଗିକି ରହିଛୁ  

ହେଲେ ମନ ଏତେ ବିଚଳିତ  

ତୁ ଥାଇ ବି ତୁ ନାହୁଁ ଭାବି ଆହୁରି ବିକଳ ହେଉଛି !!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance