ତୁମ ମନ ରହୁ ଖୁସି
ତୁମ ମନ ରହୁ ଖୁସି
ଭଲ ପାଉଥିଲି ଭଲ ପାଉଅଛି
ଭଲ ପାଉଥିବି ତୋତେ ।
ଦୁନିଆ ବଦଳୁ ସମୟ ବଦଳୁ
ଝଡ ଝଞ୍ଜା ଆସୁ ଯେତେ ।।
ଥିଲି ତୋ'ର ହୋଇ ଆଜି ଅଛି ତୋ'ର
ରହିବି ତୋହର ହୋଇ ।
ମୋ ହୃଦ କନ୍ଦରୁ ପ୍ରେମ ଝରୁଥାଉ
କେବଳ ତୋହରି ପାଇଁ ।।
ଯେଉଁଠି ବି ଥାଅ ଭଲରେ ଥାଅ ଗୋ
ତୁମ ମନ ରହୁ ଖୁସି ।
ଆନନ୍ଦ ଉଲ୍ଲାସେ ହସି ଖେଳି ତୁମ
ଜୀବନଟା ଯାଉ ବିତି ।।
ଆଜିକାର ଏହି ପବିତ୍ର ଦିବସେ
ପ୍ରଭୁଙ୍କୁ ପ୍ରାର୍ଥନା କରି ।
କହୁଅଛି ମୁହିଁ ତୋ'ର ଦୁଃଖ ସବୁ
ଦିଅନ୍ତୁ ମୋ ଠାରେ ଢାଳି ।।

