STORYMIRROR

Bijay Prusty

Romance

4  

Bijay Prusty

Romance

ତୁମ ମିଠା ମିଠା ପ୍ରେମ

ତୁମ ମିଠା ମିଠା ପ୍ରେମ

1 min
155


ସଖୀତୁମେ ମୋର ଜୀବନେ ଆସିଲ

ରଟିଗଲା ଅପବାଦ

ମନେପଡେ ତୁମ ଭିଜା ଭିଜା ଦେହ

ମିଠା ମିଠା ପ୍ରତିବାଦ I

ଆଖିରେ ତୁମର ସଲ୍ଲଜ ଚାହାଣି

ଓଠରେ ପୀରତି ଗାଥା

ଭାରି ମନେପଡେ ପହିଲି ଦେଖାର

ମିଠା ମିଠା ଆତ୍ମୀୟତା I

ହୃଦୟେ ତୁମର ଅସରନ୍ତି ପ୍ରେମ

ମନେ ଭରା ଅଭିମାନ

ତୁମରି ଦେହରେ ଦେଖିଛି ମୁଁ ସଖୀ

ମିଠା ମିଠା ସମ୍ମୋହନ I

ତୁମରି ପ୍ରେମର ସରୋବରେ ସଖୀ

ଅବଗାହୁଛି ମୁଁ ନିତି

ଭାରି ଭଲଲାଗେ ତୁମରି କଣ୍ଠରେ

ମିଠା ମିଠା ପ୍ରେମଗୀତି I

ତୁମେ ମୋ ମନର ଅଳସୀ ନାୟିକା

ମନ ତୁମ ଅନୁପମ

ଆବୋରି ବସିଛି ମୋ ସତ୍ତାକୁ ସଖୀ

ତୁମ ମିଠା ମିଠା ପ୍ରେମ I

ଜୀବନ ପଥରେ ଯାତ୍ରୀଟିଏ ମୁଁ

ତୁମେ ଏକ ପାନ୍ଥଶାଳା

ରଙ୍ଗଭରି ମନେ ସାଜିଛ ମୋ ପାଇଁ

ପୀରତିର ପାଠଶାଳା I

         


Rate this content
Log in

Similar oriya poem from Romance