STORYMIRROR

Banasmita Panda

Romance

2  

Banasmita Panda

Romance

ତୁମ ଲାଗି ଚିଠି ଟିଏ

ତୁମ ଲାଗି ଚିଠି ଟିଏ

1 min
2.9K

ହଁ ମୁଁ ପ୍ରତିଟି ରାତି ତୁମକୁ ପଢେ

ହଁ ମୁଁ ପ୍ରତିଟି ମୁହୂର୍ତ୍ତ ନିଜକୁ ସମ୍ଭାଳେ 

ଏମିତି ଆଜି ନୁହେଁ ବର୍ଷ ବର୍ଷ କରି ଆସିଛି 

ଏମିତି ବର୍ଷ ବର୍ଷ କରୁଥିବି, 

ବୋଧେ ଏ ହାଡ଼ ମାଂସ ରେ ଗୁଡା ହୋଇଥିବା ଶରୀରର ଶେଷ ନିଶ୍ୱାସ ପର୍ଯ୍ୟନ୍ତ..... 

ଓଃ କି କଷ୍ଟ ଏ ଅପେକ୍ଷାରେ ଭୀଷ୍ମଙ୍କ ସର ଶଯ୍ୟା ପରି... 

ଗାନ୍ଧାରୀର ପତିବ୍ରତା ଚକ୍ଷୁ ପରି...

କର୍ଣର ଗୁରୁ ପ୍ରତିଜ୍ଞା ପରି...

 ତୁମକୁ ଦେଇଥିବା ସେ ଶେଷ ଶ୍ରାବଣର ପ୍ରେମରେ

ପୂର୍ଣା ଶିହରଣ ପରି କଥା ଦେଇଥିଲି ରଖିଛି ପ୍ରିୟା.... 

ଏମିତି ପ୍ରତିଟି ଦିନ ଏ ସୂର୍ଯ୍ୟର ଉଦୟ ଏବଂ ଅସ୍ତ ସହ ଆସେ ଯାଏ 

ଏ ଘନ କାଳ ରାତ୍ରି ମୋ ସଖା ସାଜେ..

ପୁରୁଣା ସିନ୍ଦୂକରେ ଥିବା ଖାତା କଲମ ଧରି ବସିଯାଏ....... 

ସେ ଚିଠିର ଉତ୍ତର ଲେଖିବାକୁ

ଯାହା ତୁମେ କେବେ ପଠାଇନ ଏ ପ୍ରେମିକ ପାଖକୁ...  


Rate this content
Log in

Similar oriya poem from Romance