STORYMIRROR

Ranita Swain

Romance

2  

Ranita Swain

Romance

ତୁମ ହାତ ଲେଖା

ତୁମ ହାତ ଲେଖା

1 min
12.5K



କେଜାଣି କଣ ଲେଖା ଥିଲା

ସେ ଗୋଲାପି ଲଫାପାର ଛାତି ଭିତରେ ଥିବା

କାଗଜ ଫର୍ଦରେ

ସେଦିନରୁ ଏଯାଏ ଖୋଲିନି

ସାଇତି ରଖିଛି ତାକୁ

ଖୋଲିବାକୁ ଭାରି ଇଛା ହୁଏ

ରାତି ହେଲେ ତକିଆ ତଳୁ ବାହାର କରି

ଭାରି ଗେଲ କରେ ||


କିନ୍ତୁୁ କଣ ହୁଏ କେଜାଣି

ଖୋଲିବାକୁ ହାତ ଯାଏନି

ଥରି ଉଠେ ଛାତି

ଭରି ଯାଏ ଆଖି

ପୁଣି ରଖି ଦିଏ ସେଇଠି

ମଳିଚିଆ ହୋଇ ଗଲାଣି ଲଫାପାଟି

ତଥପି ଭାରି ଭାବ ତା ସହ

ନିତି ତାକୁ ଗେଲ କରେ ||


ତା ସହ ଢେର ଗପେ

ଥାଉ ଆଉ ଖୋଲିବିନି

ରଖିଥିବି ଜୀବନର ଶେଷ ଯାଏ ସାଥୀରେ

ଜଳିବୁ ଏକାଠି ଜୁଇରେ...

ସ୍ବର୍ଗ ଦ୍ବାରରେ ହେଉ ଅବା

ଗାଁ ମୁଣ୍ଡ ଶ୍ମଶାନରେ...।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance