STORYMIRROR

Puspanjali Panda

Classics

3  

Puspanjali Panda

Classics

ତୁମ ଗାଁ

ତୁମ ଗାଁ

1 min
183


ତୁମ ଗାଁର ଧିର ପବନ

ମୋ ଦେହ ଛୁଇଁ ଯାଏ

ତୁମ କଥା କାନେ କହେ।।

ତୁମ ଗାଁର ନଈର ଧାର

ମୋ ଗାଁ ପାଖ ଦେଇ

କଳକଳ ବହୁଥାଇ।।

ତୁମ ଗାଁର ସୁରୁଜ ଉଠେ

ପୁର୍ବ ଦିଗ ଛୁଇଁ

ମୋ ଗାଁ ଝଲସଇ।।

ତୁମ ଗାଁର ଗାଈ ଗୋଠରେ

ମୋ ଗାଁର ଗାଇଆଳ

ସଭିଙ୍କର ଜଗୁଆଳ।।

ତୁମ ଗାଁର ମନ୍ଦିରରେ

ଘଣ୍ଟ ଘଣ୍ଟା ବାଜେ

ମୋ ଗାଁ ଠାକୁର ସାଜେ।।

ତୁମ ଗାଁର ପରବ ହେଲେ

ମୋ ଗାଁ ଖୁସୀ ପାଳେ

ଏକାଠି ସଞା ବେଳେ।।

ତୁମ ଗାଁର ସୁଖ ଦୁଃଖରେ

ମୋ ଗାଁ ଆଗ ମିଶେ

ଆପଣାର ବାସ ବାସେ।।

ତୁମ ଗାଁର ନେତେରି କାଣି

ମୋ ଗାଁ ର ନାନୀ

ସତେକି ମଉଡ଼ ମଣି।।

ତୁମ ଗାଁର ଅଖିଆ ଧୋବା

ମୋ ଗାଁ ଘରେ ଘରେ

ଉଜୁଳି କାମ କରେ।।

ତୁମ ଗାଁର ବାରିକ ସେବା

ମୋ ଗାଁ ବାରିକ ବନ୍ଧା

ଭଣ୍ଡାରି ତାର ଧନ୍ଧା।।

ତୁମ ଗାଁର ନଖିଆ ନନା

ମୋ ଗାଁ ବ୍ରାହ୍ମଣ

କରେ ପୁଜା ପାର୍ଵଣ ।।

ତୂମ ଗାଁର ମିତ ମୋ ଗାଁ

ମୋ ର ମିତ ତୁମେ 

ସମ୍ପର୍କ ଆମର ଜମେ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics