STORYMIRROR

Padmalaya Mishra

Inspirational

3  

Padmalaya Mishra

Inspirational

ତୁମ ଦରଶନ

ତୁମ ଦରଶନ

1 min
14K


ସିନ୍ଦୂରା ଫାଟିଲାଣି ଝଲସୁଛି ମହୋଦଧି ପାଣି

ଉଠଉଠ ଭାବଗ୍ରାହୀ ଜଲଦି

ତୁମ ଦର୍ଶନ ପାଇଁ ବ୍ୟାକୁଳିତ ଭକତ ଗୋସାଇଁ

ମନବାଂଛା ପୂର୍ଣ୍ଣକର ହେ ଆଦି ।


ସାଗରେ ସ୍ନାନ କରି ବରୁଣ ତପନ ପୂଜି ସାରି

ଆସିଲିଣି ଆହେ ପତିତପାବନ

ଅରୁଣ ସ୍ତମ୍ଭ ପାଶେ ଜପୁଅଛି କାଳିଆ ହରଷେ

ଦେଖିବାକୁ ଜଗାକୁ ମନ ଉଛନ ।


ଚକାନୟନେ ଚାହିଁ ଫେରିଯିବି ଘରକୁ ମୁହିଁ

ଆରମ୍ଭିବି ଆଜି କର୍ମ ମୋହର

ଆନନ୍ଦେ ବିତେ ଦିନ କରିଥିଲେ ତୁମ ଦରଶନ

ହସିଉଠେ ମୋର ଘରସଂସାର ।।


ପଦ୍ମାଳୟା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational